ଓଜନ ବଢାଇବାକୁ ଚାହୁଁଛନ୍ତି କ୍ରିତି

ମୁମ୍ବାଇ: ବଲିଉଡ୍‌ ନାୟିକା କରିନା କପୁର ଖାଁଙ୍କ ଜିରୋ ସାଇଜ୍‌ ଫିଗର ପରେ ଏହା ଯେମିତି ବଲିଉଡ୍‌ରେ ଏକ ପ୍ରକାର ଟ୍ରେଣ୍ଡ କରିବାରେ ଲାଗିଛି। ଫିଟ୍‌ନେସକୁ ନେଇ ଏବେ ବଲିଉଡ୍‌ ନାୟିକାମାନେ ବେଶ୍‌ ସଜାଗ। ସେମିତି ଜଣେ ନାୟିକା ହେଉଛନ୍ତି କ୍ରିତି ସାନନ। ସବୁବେଳେ ସେ ଫିଟ୍‌ନେସ ବଡି ସହ ନଜର ଆସିଥାଆନ୍ତି। ଏବେ କିନ୍ତୁ ଏହି ନାୟିକା ନିଜର ଓଜନ ବୃଦ୍ଧି କରିବାକୁ ଯାଉଥିବା ଶୁଣିବାକୁ ମିଳିଛି। ତାହାପୁଣି ଏକ କି ଦୁଇ ନୁହେଁ କ୍ରିତି ନିଜ ଶରୀରର ଓଜନ ପାଖାପାଖି ୧୫କିଲୋ ବଢାଇବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ ସେ ତାଙ୍କ ଅପ୍‌କମିଂ ଫିଲ୍ମ ପାଇଁ ଏପରି କରୁଛନ୍ତି। ସେ ତାଙ୍କ ଅପ୍‌କମିଂ ଫିଲ୍ମ ‘ମିମି’ ପାଇଁ ଏମିତି କରିବାକୁ ଯାଉଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି। ଏହା ଏକ ସରୋଗେସୀ କାହାଣୀ ଉପରେ ଆଧାରିତ। ମିଠା, ଆଳୁ, ଘିଅ ଜାତୀୟ ଖାଦ୍ୟଠାରୁ ଦୂରରେ ରହୁଥିବା କ୍ରିତି କିନ୍ତୁ ଏବେ ଏସବୁ ଖାଦ୍ୟ ଖାଉଥିବା କୁହନ୍ତି। ଏମିତିକି ଭୋକ ନ ଲାଗିଲେ ମଧ୍ୟ ସେ ଖାଉଥିବା ନଜର ଆସିଛି। କାରଣ ଏହି ଫିଲ୍ମ ପାଇଁ ତାଙ୍କ ହାତରେ କମ୍‌ ସମୟ ଥିବାରୁ ସେ ୧୫ କିଲୋ ଓଜନ ବୃଦ୍ଧି କରିବାକୁ ବେଶ୍‌ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି।

Share