Advertisement

ଓଜନ ବୃଦ୍ଧିକୁ ରୋକେ ପିଜୁଳି ପତ୍ର ଚା’

ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହା ପାଟିକୁ ଯେତିକି ସ୍ବାଦିଷ୍ଟ, ଔଷଧୀୟ ଗୁଣରେ ବି ସେତିକି ଭରପୂର। ଏହା ଶରୀରର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆ ଓ ଆଣ୍ଟି ଇଫ୍ଲେମେଟୋରୀ ଗୁଣ ଭରି ରହିଛି। ପିଜୁଳି ରସ ବା ପିଜୁଳି ପତ୍ରରୁ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ତ୍ୱଚା, କେଶ ଓ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ପିଜୁଳି ପତ୍ର ରସରେ ପ୍ରସ୍ତୁତ ଚା’ ପିଇଲେ ଶରୀରରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ। ଏହା ଓଜନ ବୃଦ୍ଧିକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ପିଜୁଳି ପତ୍ର ମଧୁମେହ ରୋଗୀଙ୍କ ପାଇଁ ଏକ ଅବ୍ୟର୍ଥ ଔଷଧ। ଗବେଷଣାରୁ ଜଣାପଡ଼ିଛି, ପିଜୁଳି ପତ୍ରର ଚା’ ସେବନ କଲେ ଶରୀରରେ ଆଲ୍‌ଫା ଗ୍ଲୁକୋସାଇଡ୍‌ ଏନ୍‌ଜାଇମ୍‌ର ଗତିବିଧିକୁ କମ୍‌ କରିହୁଏ। କେବଳ ସେତିକି ନୁହେଁ, ଏହି ଚା’ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ସହ ଡାଇରିଆକୁ ବି ଭଲ କରିଥାଏ। ହଜମ ପ୍ରକ୍ରିୟା ସନ୍ତୁଳିତ ରଖିବାକୁ ଚାହଁୁଥିଲେ, ପିଜୁଳି ଚା’ ସେବନ କରିପାରିବେ। ଶରୀରରେ ଯଦି ଆଲର୍ଜି ସମସ୍ୟା ଥାଏ, ତେବେ ଏହି ଚା’ ସେବନ ଦ୍ୱାରା ସେଥିରୁ ଉପଶମ ମିଳେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share