ଓଜନ ହ୍ରାସ ପାଇଁ ଖାଆନ୍ତୁ ଭିଜା ଅଖରୋଟ

ଅଖରୋଟ୍‌ ଅନେକଙ୍କୁ ପସନ୍ଦ। ଏହାକୁ ଭିଟାମିନ୍‌ର ରାଜା ବୋଲି କୁହାଯାଏ। ପ୍ରୋଟିନ ସମେତ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍‌, ଫସଫରସ୍‌ ଭଳି ପୋଷକ ତତ୍ତ୍ୱରେ ଭରପୂର୍‌ ଏହା। ଏହାକୁ ସଭିଏଁ ଶୁଖିଲା ଖାଇଥାନ୍ତି। କିନ୍ତୁ ଭିଜା ଅଖରୋଟ୍‌ର ମଧ୍ୟ ରହିଛି ଅନେକ ଉପକାରୀ ଗୁଣ।
ଓଜନ ହ୍ରାସ: ଭିଜା ଅଖରୋଟ୍‌ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଅଖରୋଟ୍‌ କ୍ୟାଲସିୟମ୍‌, ପୋଟାସିୟମ୍‌, ଆଇରନ୍‌, କପର୍‌ ଏବଂ ଜିଙ୍କ୍‌ର ଉତ୍ତମ ସ୍ରୋତ। ଏହା ଶରୀରର ମେଟାବଲିଜିମ୍‌ ବୃଦ୍ଧିକରେ। ଏହାସହ ଶରୀରରେ ଥିବା ଅତ୍ୟଧିକ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ।

ସୁନିଦ୍ରା: ଅଖରୋଟ୍‌ରେ ମେଲାଟୋନିନ୍‌ ନାମକ ତତ୍ତ୍ୱ ରହିଥାଏ, ଯାହା ସୁନିଦ୍ରା ଆଣିବାରେ ସାହାଯ୍ୟ କରିଥାଏ। ଯଦି ଦୈନନ୍ଦିନ ଭିଜା ଅଖରୋଟ୍‌ ସେବନ କରନ୍ତି, ତେବେ ନିଦ୍ରାଜନିତ
ଯେକୌଣସି ସମସ୍ୟା ଥିଲେ, ସେଥିରୁ ତୁରନ୍ତ ଆରାମ ମିଳିବ।

ଅବସାଦ ଦୂର: ଅଖରୋଟ୍‌ ଓମେଗା-୩ ଫଟି ଏସିଡ୍‌ରେ ଭରପୂର୍‌ ଥିବା କାରଣରୁ ଦୈନନ୍ଦିନ ଏହାକୁ ଭିଜାଇ ସେବନ କଲେ ଅବସାଦ ହ୍ରାସ ହୋଇଥାଏ। ଏହା ମାନସିକ ଶାନ୍ତି ପ୍ରଦାନ
କରିବା ସହ ଶରୀରକୁ ଭିତରୁ ଫୂର୍ତ୍ତି ଅନୁଭବ କରାଇଥାଏ।

ମଧୁମେହ ନିୟନ୍ତ୍ରଣ: ଗବେଷଣା ଅନୁସାରେ ଭିଜା ଅଖରୋଟ୍‌ ସେବନ ଦ୍ୱାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ। ଏହା ଟାଇପ୍‌-୨ ମଧୁମେହରେ ଗ୍ରସ୍ତ ଲୋକଙ୍କ ପାଇଁ ବେଶ୍‌ ଲାଭପ୍ରଦ।

କ୍ୟାନସର୍‌ କୋଷିକାକୁ ରୋକେ: ଆଣ୍ଟିଇକ୍ସିଡାଣ୍ଟ ଗୁଣରେ ଭରପୂର୍‌ ହୋଇଥିବା କାରଣରୁ ଭିଜା ଅଖରୋଟ୍‌ ଶରୀରରେ ବୃଦ୍ଧି ପାଉଥିବା କ୍ୟାନସର୍‌ କୋଷିକାକୁ ରୋକିବାରେ ସାହାଯ୍ୟ କରିଥାଏ।