ଓଜେଇଇ ଇଣ୍ଟିଗ୍ରେଟେଡ ଏମ୍‌ବିଏ ଟପ୍ପର ବଡବିଲ ଝିଅ ସ୍ବୀକୃତି

ବଡବିଲ, ୧୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲର ଝିଅ ସ୍ବୀକୃତି ମହାପାତ୍ର ଓଜେଇଇ ଇଣ୍ଟିଗ୍ରେଟେଡ ଏମବିଏରେ ର଼୍ୟାଙ୍କ ୱାନରେ ରହି ଟପ୍ପର ହେବାର ସୌଭାଗ୍ୟ ହାସଲ କରିଛନ୍ତି। ସେଥିପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି। ସ୍ବୀକୃତିଙ୍କ ବାପା ସୁବାଷ ଚନ୍ଦ୍ର ମହାପାତ୍ର ଠାକୁରାଣୀସ୍ଥିତ ଓଏମ୍‌ଡି କମ୍ପାନୀର ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି ଓ ମା’ ଗୃହିଣୀ। ବଡବିଲ ସେଣ୍ଟ ମେରୀଜ୍‌ ସ୍କୁଲରେ ମାଟ୍ରିକରେ କୃତିତ୍ୱ ଅର୍ଜନ କରିବା ପରେ ଜିନ୍ଦଲ ସ୍କୁଲରେ +୨ ବିଜ୍ଞାନରେ ୭୯ % ନମ୍ବର ସେ ରଖିଥିଲେ। ବାପା ଓ ମା’ଙ୍କ କଥାରେ ଅନୁପ୍ରାଣିତ ହୋଇ ଓଜେଇଇ ଇଣ୍ଟିଗ୍ରେଟେଡ ଏମବିଏ ଏଣ୍ଟ୍ରାନ୍ସ ଦେଇଥିଲେ ବୋଲି କହିଛନ୍ତି ସ୍ବୀକୃତି। ବାପା, ମା’, ଗୁରୁଜନ ଓ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେ ଏହି ସୌଭାଗ୍ୟ ଅର୍ଜନ କରିଥିବା କହିଛନ୍ତି। ଆଗାମୀ ଦିନରେ ସିଭିଲ ସର୍ଭିସେସ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି।

Share