ଓଜେଇଇ ଟପ୍ପର ହେଲେ ଜଳଖିଆ ଦୋକାନୀଙ୍କ ପୁଅ ଭବାନୀଶଙ୍କର

କେନ୍ଦୁଝର/ ଢେଙ୍କିକେୋଟ, ୧୯ା୬(ଡି.ଏନ୍‌.ଏ.): ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାର ଲାଟେରାଲ ଏଣ୍ଟ୍ରି ବିଟେକରେ କେନ୍ଦୁଝର ଜିଲାର ଘଟଗଁା ବ୍ଲକ ଅନ୍ତର୍ଗତ ପିପିଳିଆ ଗ୍ରାମର ଭବାନୀ ଶଙ୍କର ବେହେରା ରାଜ୍ୟରେ ଟପ୍ପର ହୋଇଥିବା ଜଣାପଡିଛି। ବୁଧବାର ଓଜେଇଇ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଭବାନୀଶଙ୍କରଙ୍କର ଏହି ସଫଳତା କେବଳ ଘଟଗଁା ବ୍ଲକ ନୁହେଁ ସମଗ୍ର କେନ୍ଦୁଝର ଜିଲାକୁ ଗୌରବ ଆଣି ଦେଇଛି। ଭବାନୀଶଙ୍କରଙ୍କ ପିତା ଗୁରୁଚରଣ ବେହେରା ପିପିଳିଆ ଛକରେ ଏକ ଛୋଟ ଜଳଖିଆ ଦୋକାନ କରିଥିବାବେଳେ ମା’ ଅତସୀ ବେହେରା ଜଣେ ସାଧାରଣ ଗୃହିଣୀ । ପୁଅର ଏହି ସଫଳତାରେ ପିତାମାତା ଖୁସିବ୍ୟକ୍ତ କରିଛନ୍ତି। ଭବାନୀଶଙ୍କର ପିପିଳିଆ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅଧ୍ୟୟନ କରିବା ପରେ ଲକ୍ଷ୍ମୀନାରାୟଣ ଡିଗ୍ରୀ ମହାବିଦ୍ୟାଳୟରେ +୩ ପାଠ ସଫଳତାର ସହ ଶେଷ କରି ବାପାଙ୍କୁ ଜଳଖିଆ ଦୋକାନରେ ସାହାଯ୍ୟ କରିଆସୁଥିଲେ। ମାଟ୍ରିକ୍‌ ପଢିବା ସମୟରୁ ସେ ଜଣେ ଇଞ୍ଜିନିୟର ହେବାକୁ ଆଶା ରଖିଥିଲେ। ଓଜେଇଇ ଟପ୍ପର ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Share