Categories: ରାଜ୍ୟ

ଓଜେଇଇ ଦେଲେ ୩୦ହଜାର ଛାତ୍ରୀଛାତ୍ର

ଭୁବନେଶ୍ୱର, ୧ ୯।୫(ବ୍ୟୁରୋ)- ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୨୦ ସହରର ୫୩ଟି କେନ୍ଦ୍ରରେ ପ୍ରାୟ ୩୦ହଜାର ଛାତ୍ରୀଛାତ୍ର ଅଫ୍‌ଲାଇନ୍‌ରେ ଏହି ପରୀକ୍ଷା ଦେଇଛନ୍ତି। ଦୁଇଟି ସିଟିଂରେ ପରୀକ୍ଷା ହୋଇଥିଲା। ପ୍ରଥମ ସିଟିଂ ସକାଳ ୯ଟାରୁ ୧୨ଯାଏ ବି. ଫାର୍ମା ଓ ୯ଟାରୁ ୧୦ ଯାଏ ଆଇଏମ୍‌ବିଏ, ଲାଟେରାଲ୍‌ ଏଣ୍ଟ୍ରି ଟୁ ବି.ଫାର୍ମା ଓ ଲାଟେରାଲ୍‌ ଏଣ୍ଟ୍ରି ଟୁ ବି.ଟେକ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେହିପରି ଦ୍ୱିତୀୟ ସିଟିଂ ୨ଟାରୁ ୪ଟା ଯାଏ ଲାଟେରାଲ୍‌ ଏଣ୍ଟ୍ରି ଟୁ ବି.ଟେକ୍‌ ଫର୍‌ ଡିପ୍ଲୋମା ଷ୍ଟୁଡେଣ୍ଟସ୍‌ ଅନୁଷ୍ଠିତ ହୋଇଥିଲା। ଜୁନ୍‌ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ବିଭିନ୍ନ ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ହେବାକୁ ଥିବା କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ପାଇଁ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି। ସୂଚନାଯୋଗ୍ୟ, ମେ’ ୧୨ରେ ଅଫ୍‌ଲାଇନ ଓ ୧୩ରେ ଅନ୍‌ଲାଇନ ଓଜେଇଇ ହେବାର ଥିଲା। କିନ୍ତୁ ବାତ୍ୟା ‘ଫନୀ’ ଯୋଗୁ ପରୀକ୍ଷାକୁ ଘୁଞ୍ଚାଯାଇଥିଲା। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Share