Posted inରାଜ୍ୟ

ଓଜେଇଇ ଫଳ ପ୍ରକାଶିତ: ସ୍ମିତାରାଣୀ ଏମ୍‌ସିଏ ଟପ୍ପର

ମହାକାଳପଡ଼ା, ୨୦।୬ (ଡି.ଏନ୍‌.ଏ.): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ବୁଧବାର ପ୍ରକାଶ ପାଇଛି। ଓଜେଇଇ ଏମ୍‌ସିଏରେ ମହାକାଳପଡ଼ା ବ୍ଲକ ମହାକାଳପଡ଼ା ଗ୍ରାମର ହରପ୍ରିୟା ଓ ଶିବପ୍ରସାଦ ଚୌଧୁରୀଙ୍କ ଝିଅ ସ୍ମିତାରାଣୀ ଓଡ଼ିଶା ଟପ୍ପର ହୋଇଛନ୍ତି। ସ୍ମିତାରାଣୀ ପିଲାଦିନୁ ଖୁବ୍‌ ମେଧାବୀ ଥିଲେ। ଭୁବନେଶ୍ୱରସ୍ଥିତ ଋତୁପଲ୍ଲୀ ସ୍କୁଲରୁ ମାଟ୍ରିକ ପାସ୍‌ କରିବା ପରେ ଷ୍ଟଓ୍ବୋର୍ଟ ସ୍କୁଲରେ ଯୁକ୍ତ ୨ ବିଜ୍ଞାନ ପଢ଼ିଥିଲେ। ସେଠାରୁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସ୍ମିତାରାଣୀ ଅଡ଼ଶପୁରସ୍ଥିତ ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନରେ ନାମ ଲେଖାଇଥିଲେ। ମା’ବାପାଙ୍କର ଇଚ୍ଛା ଝିଅ ପଦାର୍ଥ ବିଜ୍ଞାନରେ ଅଧ୍ୟାପିକା ହେବ, ହେଲେ ଏମ୍‌ସିଏ କରିବା ପାଇଁ ମନ କରି ସେଥିପାଇଁ ଦିନକୁ ୭ରୁ ୮ଘଣ୍ଟା ପରିଶ୍ରମ କରୁଥିଲେ ସ୍ମିତାରାଣୀ। ଓଜେଇଇ ପରୀକ୍ଷାରେ କୃତିତ୍ୱ ଲାଭ କରିବା ପରେ ସ୍ମିତାରାଣୀଙ୍କ ପରିବାର ଲୋକେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କ ବାପା ଶିବପ୍ରସାଦ କହିଛନ୍ତି, ପିଲାଦିନୁ ପାଠପଢ଼ା ପ୍ରତି ସ୍ମିତାର ଖୁବ୍‌ ଆଗ୍ରହ ଥିଲା। ସେ ଏମ୍‌ସିଏ ପଢ଼ିବ ଭାବି କଠିନ ପରିଶ୍ରମ ମଧ୍ୟ କରିଥିଲା। ତା’ର ଦୃଢ଼ ଇଚ୍ଛାଶକ୍ତି, ଗୁରୁଜନଙ୍କ ଆଶୀର୍ବାଦ ଯୋଗୁ ସେ ଏହି ସଫଳତା ପାଇଛି ବୋଲି ତାଙ୍କ ବାପା କହିଛନ୍ତି। ପାଠପଢ଼ା ସହ ପେଣ୍ଟିଂ, ନାଚ, ଗୀତ ଆଦିରେ ତାଙ୍କର ବେଶ୍‌ ରୁଚି ରହିଛି। ଓଡ଼ିଶୀ ନୃତ୍ୟରେ ସଫଳତା ଅର୍ଜନ କିବା ସହ ୨୦୧୧ରେ ସେ ନବମ ଶ୍ରେଣୀରେ ପଢୁଥିବା ସେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି। ସ୍ମିତାରାଣୀଙ୍କ ସଫଳତା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସ୍ଥାନୀୟ ଅଞ୍ଚଳର ବହୁ ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଉପରେ ଚାଲିବନି ବୋଟ୍, ମାଛ ଧାରା ବନ୍ଦ: କଟକଣା ଜାରି କଲା ବନ ବିଭାଗ

କଟକ,୩।୧: କୁମ୍ଭୀର ଓ ପକ୍ଷୀମାନଙ୍କର ବାର୍ଷିକ ଜନଗଣନାକୁ ଦୃଷ୍ଟିରେ ରଖି ବନ ବିଭାଗ କଟକସ୍ଥିତ ମହାନଦୀ ନଦୀରେ ସାତ ଦିନ ଧରି ଡଙ୍ଗା ଚଳାଚଳ ଉପରେ...

ବିସ୍ଫୋରକ ବୟାନ ଦେଲେ ପ୍ରଭାତ: କହିଲେ ଯିଏ ମୋ ଗୋଡ଼ ଟାଣିଛନ୍ତି ତାଙ୍କ କଥା ଗୋଟିଗୋଟି କି ….

କଟକ,୩।୧: କଟକରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। ତେବେ ସେଠାରେ ପ୍ରଭାତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି,କିଛି ଲୋକ ମୋ...

ପାଟିରେ ଛୁଆ ଧରି ବୁଲୁଛି କଳା କଲରାପତରିଆ ବାଘ

ନୟାଗଡ,୩।୧: ନୟାଗଡ଼ ଜିଲାର ଜଙ୍ଗଲରେ ଛୁଆ ସହିତ ଏକ ବିରଳ ମେଲାନିଷ୍ଟିକ୍ କଳା କଲରାପତରିଆ ଦେଖିବାକୁ ମିଳିଛି। ବାଘଟି ପାଟିରେ ଏକ ଛୁଆ ନେଇ ଯାଉଥିବା...

ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ ଭାଇଚାରା, ଶାନ୍ତି ସଦ୍‌ଭାବନା ପାଇଁ ନିଆରା ପ୍ରୟାସ

ଦାରିଙ୍ଗବାଡି,୩।୧ (ଅରୁଣ ସାହୁ ): କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ନୂତନ ବର୍ଷରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ...

‘ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ ବାର୍ତ୍ତା ନେଇ ରାଜ୍ୟବ୍ୟାପୀ ପାଳନ କରାଯାଉଛି ସଡକ ସୁରକ୍ଷା ସପ୍ତାହ

ନୀଳଗିରି,୩।୧: ‘ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ ଚଳିତବର୍ଷର ସଡକ ସୁରକ୍ଷା ସପ୍ତାହ ପାଳନର ସଚେତନତା ବାର୍ତ୍ତା ନେଇ ରାଜ୍ୟର ସମସ୍ତ ଜିଲାରେ ସଡକ ସୁରକ୍ଷା ସପ୍ତାହ...

ରାଜକୋଟରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା/ରିଷିଡ଼ା,୩।୧(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କାମଧନ୍ଦା ନ ପାଇ ରାଜକୋଟକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ଅଭିଯୋଗ...

ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୩ ମାଓବାଦୀ

ଭୁବନେଶ୍ୱର,୩।୧: ଛତିଶଗଡ଼ ଗରିଆବନ୍ଧ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ଘଟିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଗରିଆବନ୍ଧ ଅଞ୍ଚଳରେ...

ଧନୁଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଭୁବନେଶ୍ୱର,୩ା୧: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଆରମ୍ଭ ହେବ। ପରମ୍ପରା ଦୃଷ୍ଟିରୁ ବିଗତ ବର୍ଷ ଭଳି ଏଥର ବରଗଡ଼ ଲୋକ ସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri