ନୂଆଦିଲ୍ଲୀ,୩୦-୧୦: ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେଶନ ଲିମିଟେଡ (ଆଇଆର୍ସିଟିସି) ପକ୍ଷରୁ ଓଟିପି ଆଧାରିତ ରିଫଣ୍ଡ ସିଷ୍ଟମ ଲାଗୁ ହୋଇଛି। ଏହା ଦ୍ୱାରା ଯାତ୍ରୀ ଟିକେଟ ବାତିଲ କରିବା ସହ ଦିଆଯାଇଥିବା ପାସ୍ଓ୍ବାର୍ଡ ବ୍ୟବହାର କରି ରିଫଣ୍ଡ ପାଇବାରେ ସୁବିଧା ପାଇପାରିବେ। ଏହି ପ୍ରଣାଳୀ ଆଇଆର୍ସିଟିସି ଅଧିକୃତ ଏଜେଣ୍ଟଙ୍କ ଦ୍ୱାରା ବୁକ୍ ହୋଇଥିବା ଟିକେଟ ଉପରେ ଲାଗୁ ହେବ। ଅଧିକୃତ ରେଳ ଏଜେଣ୍ଟଙ୍କ ଦ୍ୱାରା କ୍ରୟ କରାଯାଉଥିବା ଟିକେଟ ବୁକିଂ ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ଲାଗି ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସୁବିଧାର ଲାଭ ନେବା ଲାଗି ଯାତ୍ରୀ କେବଳ ନିଜର ଫୋନ ନମ୍ବର ଦେବେ। ରେଲଓ୍ବେର ପ୍ରାୟ ୨୭% ଟିକେଟ ଅଧିକୃତ ବିକ୍ରେତାଙ୍କ ଦ୍ୱାରା ବୁକିଂ ହେଉଥିବା ରେଲଓ୍ବେର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।