ଓଡଗାଁ, ରଣପୁର ପୋଲିସର ମିଳିତ ଚଢ଼ାଉ: ୨ ଅଟକ; ଗାଡ଼ି, ମାଉଜର, ଜୀବନ୍ତ ବୋମା ଜବତ

ରଣପୁର, ୨୦।୮(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ନୂଆ ସୁକଲ ଗ୍ରାମରେ ଓଡଗାଁ ଓ ରଣପୁର ପୋଲିସ ସୋମବାର ରାତ୍ରରେ ମିଳିତ ଭାବେ ଚଢ଼ାଉକରି ଦୁଇ ଆନ୍ତଃରାଜ୍ୟ ଡକାୟତଙ୍କୁ କାବୁ କରିଛି। ସେମାନଙ୍କୁ ରଣପୁର ଥାନାରେ ଅଟକରଖି ପୋଲିସ ପଚରାଉଚରା ଚଳାଇଛି। ତାଙ୍କ ନିକଟରୁ ୩ ବାଇକ, ଆଇଚର, ଟାଟାଏସିଇ ଗାଡ଼ି, ଦୁଇଟି ଜୀବନ୍ତ ବୋମା, ଗୋଟିଏ ମାଉଜର, ଭୁଜାଲି ସହିତ କିଛି ଚୋରି ସାମଗ୍ରୀ ଜବତ କରି ପୋଲିସ ତଦନ୍ତ ଚଳାଇଛି।