ଓଡଗାଁ, ୨୪।୩(ସ୍ବ. ପ୍ର.): ନୟାଗଡ ଜିଲା ଓଡଗାଁ ଆଦର୍ଶ ଥାନା ଅଞ୍ଚଳରେ ସୋମବାର ସନ୍ଧ୍ୟାରୁ ଲକ୍‌ଡାଉନ୍‌ ପ୍ରଭାବ ଦେଖିବାକୁ ମିଳିଛି। ସାଧାରଣ ଲୋକେ କରୋନାର ଭୟାବହତାକୁ ଗୁରୁତ୍ୱର ସହିତ ନେଉ ନ ଥିବାରୁ ସ୍ଥାନୀୟ ପ୍ରଶାସନ ଏନେଇ ଚିନ୍ତା ପ୍ରକଟ କରିଥିଲା। ଛକ ବଜାରରେ ଲୋକମାନେ ଏକାଠି ହୋଇ ଗୁଲିଖଟି କରୁଥିବା ବେଳେ ପରିବା କିଣିବା ବାହାନାରେ ଅଯଥା ଗହଳି କରିଥିଲେ। ଏପରି କି କେତେକ ପରିବା ଦୋକାନୀ ପରିବା ବଜାର ବଦଳରେ ସ୍ଥାନୀୟ ଡାକ୍ତରଖାନା ସାମ୍ନାରେ ବଜାର ଖୋଲିଥିଲେ। ଏ ନେଇ ପ୍ରଶାସନ ପକ୍ଷରୁ ତହସିଲଦାର ଓ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମଙ୍ଗଳବାର କେବଳ ଗ୍ରୋସରୀ ଓ ପନିପରିବା ଦୋକାନ ବ୍ୟତୀତ ସମସ୍ତ ଦୋକାନକୁ ପୋଲିସ ବନ୍ଦ କରିଛି। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ ଥାଇ ବୁଲୁଥିବା ବାଇକ ଆରୋହୀଙ୍କୁ ପୋଲିସ ଘଉଡାଇ ଦେଇଛନ୍ତି ଏବଂ ଏ ନେଇ ପ୍ରଶାସନ ଜନ ସାଧାରଣଙ୍କ ସହଯୋଗ ଲୋଡିଛନ୍ତି ।

Share