ଓଡ଼ାପଡ଼ାରେ ନାବାଳିକା ବିବାହ: ଭୋଜିଭାତ ପରେ ବରକନ୍ୟା ଛୁ’

ଓଡ଼ାପଡ଼ା, ୩୦।୧୦(ଡି.ଏନ.ଏ.)-ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ହିନ୍ଦୋଳରୋଡ୍‌ ଫାଣ୍ଡି ଅଧୀନ ଓଡ଼ାପଡ଼ା ଗ୍ରାମରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ବିବାହ କରାଇ ଦିଆଯାଇଥିବା ମଙ୍ଗଳବାର ଶିଶୁ ମଙ୍ଗଳ କମିଟି ଓ ଚାଇଲ୍ଡ ଲାଇନ୍‌ ନିକଟରେ ଅଭିଯୋଗ ହୋଇଛି। ଚାଇଲ୍ଡ ଲାଇନର ସନତ କୁମାର ବେହେରା, ସମନ୍ବିତ ଶିଶୁ ବିକାଶ ବିଭାଗର ସୁପରଭାଇଜର ପ୍ରଭାସିନୀ ଷଡ଼ଙ୍ଗୀ, ଫାଣ୍ଡି ପୋଲିସ ଅପରାହ୍ନରେ ଗ୍ରାମରେ ପହଞ୍ଚତ୍ ଛାନ୍‌ଭିନ୍‌ କରିଛନ୍ତି। ତେବେ ସେତେବେଳକୁ ବାହାଘର, ଭୋଜିଭାତ ଖିଆପିଆ ସରିଥିବାବେଳେ ନାବାଳିକା କନ୍ୟାକୁ ଧରି ବରପକ୍ଷ ଲୋକେ ଛୁ’ ମାରିଥିବା ଜଣାପଡ଼ିଛି।