ଭୁବନେଶ୍ୱର(ବ୍ୟୁରୋ)/ନୂଆଦିଲ୍ଲୀ,୩୦।୧: ଓଡ଼ିଆ ଆଇପିଏସ୍ ତଥା ଦିଲ୍ଲୀ ପୋଲିସ କମିଶନର ଭାବେ କାର୍ଯ୍ୟରତ ଥିବା ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ବଢ଼ିବ। ଚଳିତ ମାସରେ ଓଡ଼ିଆ ଆଇପିଏସ୍ ଅମୂଲ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। ଏବେ ଏହାକୁ ଆଉ ମାସେ ବଢ଼ାଇବାକୁ ଗୃହ ମନ୍ତ୍ରଣାଳୟ ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି। ଅମୂଲ୍ୟଙ୍କ ଉତ୍ତରାଧିକାରୀ ଚୟନ ହୋଇ ନ ଥିବାରୁ କାର୍ଯ୍ୟକାଳ ବୃଦ୍ଧି ପାଇଁ ଚିଠିରେ ଉଲ୍ଲେଖ ରହିଛି।