ଓଡ଼ିଆ ଆଇପିଏସ୍‌ ହେଲେ ତାମିଲନାଡ଼ୁ ଡିଜିପି

ଭୁବନେଶ୍ୱର, ୨୯ା୬(ବ୍ୟୁରୋ.): ଓଡ଼ିଆ ଆଇପିଏସ୍‌ ଅଫିସର ଜଳଦ କୁମାର ତ୍ରିପାଠୀଙ୍କୁ ତାମିଲନାଡ଼ୁର ଡିଜିପି ଭାବେ ନିଯୁକ୍ତ କରାଯାଇଛି। ଏହି ପଦବୀ ପାଇଁ ୬ ଜଣଙ୍କ ନାମ ୟୁପିଏସ୍‌ସି ପ୍ରସ୍ତୁତ କରିଥିଲା। ଶେଷରେ ରାଜ୍ୟର ଏହି ବରିଷ୍ଠ ଏବଂ ଜଣାଶୁଣା ଆଇପିଏସ୍‌ ଅଧିକାରୀଙ୍କୁ ପୋଲିସ ବିଭାଗର ମୁଖ୍ୟ ପଦବୀରେ ନିଯୁକ୍ତି ମିଳିଛି। ତ୍ରିପାଠୀ ହେଉଛନ୍ତି ତାମିଲନାଡ଼ୁ କ୍ୟାଡର ଆଇପିଏସ୍‌ ତଥା ଓଡ଼ିଆ ଅଫିସର। ପୂର୍ବରୁ ସେ ଚେନ୍ନାଇ ପୋଲିସ କମିଶନର ଭାବେ କାର୍ଯ୍ୟ କରିଛନ୍ତି। ଜଳଦ ହେଉଛନ୍ତି ୧୯୮୫ ବ୍ୟାଚ ଆଇପିଏସ୍‌ ଅଫିସର।

Share