Categories: ଖେଳ

ଓଡ଼ିଆ ପ୍ରଶଂସକଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ କୋହଲି

ବିଶାଖାପାଟନା,୨।୯: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। କିନ୍ତୁ ମଙ୍ଗଳବାର କୋହଲି ତାଙ୍କର ଜଣେ ବଡ ପ୍ରଶଂସକଙ୍କୁ ଭେଟି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଠାକୁ ଆସିବା ପୂର୍ବରୁ ବିରାଟଙ୍କୁ ଅପେକ୍ଷା କରିଥିଲେ ପିଣ୍ଟୁ ବେହେରା ନାମ ଜଣେ ଯୁବକ। ବିରାଟ ଆସିବା କ୍ଷଣି ନିଜ ଟି-ଶାର୍ଟ ଖୋଲିବା ପାଇଁ ବିରାଟଙ୍କୁ ଅନୁମତି ମାଗିଥିଲେ। ପିଣ୍ଟୁ ଟି-ଶାର୍ଟ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କୋହଲି। ତାଙ୍କୁ ଶରୀରରେ ବିରାଟଙ୍କ ୧୫ଟି ଟାଟୁ ରହିଥିଲା। ଓଡ଼ିଶାର ବ୍ରହ୍ମପୁରରେ ରହୁଥିବା ପିଣ୍ଟୁ କହିଛନ୍ତି,ମୁଁ କୋହଲିଙ୍କ ପ୍ରଥମ ଟାଟୁ ୨୦୧୬ରେ କରିଥିଲି। ଏପର୍ଯ୍ୟନ୍ତ ୧୫ଟି ଟାଟୁ କରିଛି। ପିଣ୍ଟୁଙ୍କ ଶରୀରରେ ବିଟାଟଙ୍କ ଜର୍ସି ନମ୍ବର, ତାଙ୍କ ଫଟୋ, ବିଶ୍ୱକପ୍‌ ଟ୍ରଫି, ଖେଳତ୍ନ ପୁରସ୍କାର ଏବଂ ଅର୍ଜୁନ ପୁରସ୍କାରର ଟାଟୁ ରହିଛି।

Share