ଓଡ଼ିଆ ଫିଲ୍ମର ହିନ୍ଦୀ, ଇଂଲିଶ ନାମକରଣ : ବିବାଦ ଉଠୁଥିଲେ ବି ମିଳୁଛି ସ୍ବୀକୃତି

ଭୁବନେଶ୍ୱର,୯ା୯ : ଓଡ଼ିଆ ଫିଲ୍ମର ନାମ ଓ ଗୀତରେ ହିନ୍ଦୀ, ଇଂଲିଶ ବ୍ୟବହାରକୁ ନେଇ ବିବାଦ ନୂଆ କଥା ନୁହେଁ। ବିଗତ କିଛିବର୍ଷ ମଧ୍ୟରେ ନକଲ ଚଳଚ୍ଚିତ୍ର ତଥା ତେଲୁଗୁ, ତାମିଲରୁ ଡବିଂ ଯୋଗୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବଦନାମର ବୋଝ ମୁଣ୍ଡାଉଥିବାବେଳେ ଓଡ଼ିଆ ଦର୍ଶକଙ୍କ ସଂଖ୍ୟା ମଧ୍ୟ ହ୍ରାସହେଲାଣି। ମୌଳିକଧର୍ମୀ କାହାଣୀଠାରୁ ଦୂରେଇ ଯିବାରୁ ଗତ ଦୁଇ ଦଶନ୍ଧି ହେଲା ଓଡ଼ିଆ ଫିଲ୍ମକୁ ନେଇ ବାଦବିବାଦ ଲାଗିରହିଛି। ସ୍ବଳ୍ପ ବଜେଟ୍‌, ପେସାଦାର ପ୍ରଯୋଜକଙ୍କ ଅଭାବ, ରାଜ୍ୟରେ ସିନେମା ହଲ୍‌ ଏବଂ ଷ୍ଟୁଡିଓର ଅଭାବ ନିର୍ମାତାଙ୍କୁ ନକଲ ଫିଲ୍ମ କରିବାକୁ ବାଧ୍ୟ କରୁଥିବା ଇଣ୍ଡଷ୍ଟ୍ରୀ ସଫେଇ ଦେଉଛି। କିନ୍ତୁ ଓଡ଼ିଆ ଫିଲ୍ମର ଟାଇଟଲ୍‌ ଲୋକଙ୍କୁ ଆକୃଷ୍ଟ କରିପାରୁନି। ଓଡ଼ିଆରେ ଟାଇଟଲ ଦେବା ପରିବର୍ତ୍ତେ ନିର୍ମାତାମାନେ ଫିଲ୍ମର ନାମ ହିନ୍ଦୀ ଓ ଇଂଲିଶରେ ରଖୁଥିବାରୁ ଅଧିକାଂଶ ସମୟରେ ଏହାକୁ ନେଇ ବିରୋଧ ଦେଖାଦେଉଛି। କେବଳ ଫିଲ୍ମର ଟାଇଟଲ୍‌ ନୁହେଁ, ଗୀତଗୁଡ଼ିକରେ ମଧ୍ୟ ଓଡ଼ିଆ ଶବ୍ଦଠାରୁ ଅଧିକ ହିନ୍ଦୀ, ଉର୍ଦ୍ଦୁ ଓ ଇଂଲିଶ ଶବ୍ଦର ବ୍ୟବହାର ହେଉଛି।
‘ବର୍ଷା ମାଇଁ ଡାର୍ଲିଂ’, ‘ଲଭ୍‌ ଡଟ୍‌ କମ୍‌’, ‘ସେଲ୍‌ଫିସ୍‌ ଦିଲ୍‌’, ‘ଓ ମାଇଁ ଲଭ୍‌’, ‘ଆଇ ଲଭ୍‌ ୟୁ’, ‘ବାବୁ ଆଇ ଲଭ୍‌ ୟୁ’, ‘ନନ୍ଦିନୀ ଆଇ ଲଭ୍‌ ୟୁ’, ‘ରୋମିଓ ଦି ଲଭର୍‌ ବୟ’, ‘ମୋଷ୍ଟ ଓ୍ବାଣ୍ଟେଡ୍‌’, ‘କ୍ରିମିନାଲ’, ‘ମୁଁ ଆଶିକ୍‌ ମୁଁ ଆଓ୍ବାରା’, ‘ସମ୍‌ଥିଙ୍ଗ୍‌ ସମ୍‌ଥିଙ୍ଗ୍‌’, ‘ମୁନ୍ନା ଏ ଲଭ୍‌ ଷ୍ଟୋରି’, ‘ଡ୍ରିମ୍‌ ଗାର୍ଲ’, ‘ମୋ ଦିଲ୍‌ ତୋ ଦିଓ୍ବାନା’, ‘ସ୍ମାଇଲ୍‌ ପ୍ଲିଜ୍‌’, ‘ଦିଓ୍ବାନା ଦିଓ୍ବାନୀ’, ‘ଟାର୍ଗେଟ୍‌’, ‘ଇଡିଅଟ୍‌’, ‘ରାଜୁ ଆଓ୍ବାରା’, ‘ଇସ୍କ ତୁ ହି ତୁ’, ‘ଲୋଫର୍‌’, ‘ମୋଷ୍ଟ୍‌ ଓ୍ବାଣ୍ଟେଡ୍‌’, ‘ଫୋର୍‌ ଇଡିୟଟ୍‌ସ’ ଭଳି ଇଂଲିଶ ଓ ହିନ୍ଦୀ ଟାଇଟଲ୍‌ ଥିବା ଏକାଧିକ ଓଡ଼ିଆ ଫିଲ୍ମ ପ୍ରତିବର୍ଷ ମୁକ୍ତିଲାଭ କରୁଛି। ୮୦ଦଶକ ପର୍ଯ୍ୟନ୍ତ ଓଡ଼ିଆ ସିନେମା ନିର୍ମାଣର ଧାରା ମନ୍ଥର ଗତିରେ ଚାଲିଥିବାବେଳେ ଏବେ ବର୍ଷକୁ ପାଖାପାଖି ୪୦ଟି ଫିଲ୍ମ ନିର୍ମାଣ ହେଉଛି। ଗତ ୫ବର୍ଷ ହେଲା ଲଗାତର ବାର୍ଷିକ ୨୫ରୁ ଅଧିକ ସିନେମା ରିଲିଜ୍‌ ହେଉଛି। ସେଥିମଧ୍ୟରୁ ୫୦%ରୁ ଊର୍ଦ୍ଧ୍ୱ ଫିଲ୍ମର ଟାଇଟଲ୍‌ ହିନ୍ଦୀ କିମ୍ବା ଇଂଲିଶରେ ଥିବା ଦେଖିବାକୁ ମିଳୁଛି। ପ୍ରତିବାଦର ସ୍ବର ଉଠୁଥିଲେ ମଧ୍ୟ ନାମକୁ ସ୍ବୀକୃତ ଦେଉଥିବା ଓଡ଼ିଆ ଫିଲ୍ମ ସିଣ୍ଡିକେଟ୍‌ କିନ୍ତୁ ଏହାକୁ କର୍ଣ୍ଣପାତ କରୁନି। ଲଗାତର ହିନ୍ଦୀ ଓ ଇଂଲିଶ ନାମ ଥିବା ଫିଲ୍ମକୁ ସ୍ବୀକୃତି ଦିଆଯାଉଛି। ଗୋଟିଏପଟେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରତି କ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାର କରାଯିବ ବୋଲି କହୁଥିବାବେଳେ ସମସ୍ତ ସରକାରୀ ନଥିପତ୍ର ୧୦୦ ପ୍ରତିଶତ ଓଡ଼ିଆରେ କରିବାକୁ ନିଷ୍ପତ୍ତି ନେଇଛି। ସମ୍ପୃକ୍ତ ବିଭାଗ ପ୍ରତିବର୍ଷ ଓଡ଼ିଆ ଫିଲ୍ମର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛି। ହେଲେ ଇଂଲିଶ, ହିନ୍ଦୀ ଟାଇଟଲ୍‌ ଥିବା ଫିଲ୍ମକୁ କିଭଳି ପୁରସ୍କାର ପାଇଁ ଚୟନ କରାଯାଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁରସ୍କାର ପାଇଁ ଆବେଦନ ଲାଗି ବାହାରୁଥିବା ବିଜ୍ଞାପନରେ ମୌଳିକଧର୍ମୀ ଓଡ଼ିଆ ଚଳଚ୍ଚିତ୍ରକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳୁଛି।
ଚଳଚ୍ଚିତ୍ର ସମୀକ୍ଷକ ଦିଲ୍ଲୀପ ହାଲି ଏନେଇ କହିଛନ୍ତି, ବର୍ତ୍ତମାନର ଓଡ଼ିଆ ଫିଲ୍ମର ନାମକରଣକୁ ସମ୍ପୂର୍ଣ୍ଣ ବିକୃତ କରାଯାଉଛି। ୮୨ବର୍ଷର ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏଭଳି ଘଟି ନ ଥିବାବେଳେ ଗତ କିଛିବର୍ଷ ହେଲା ଏହି ବିକୃତ ନାମକରଣ ଏକ ଅସୁସ୍ଥ ଲକ୍ଷଣର ପରିଚୟ ଦେଉଛି। ଯଦି ଏଭଳି ଜାରି ରୁହେ ତାହାହେଲେ ଆଗକୁ ଆଉ ଗୋଟିଏ ହେଲେ ବି ଓଡ଼ିଆ ଫିଲ୍ମର ନାମ ଓଡ଼ିଆରେ ନ ଥିବ ବୋଲି ସେ କହିଛନ୍ତି।

ଓଡ଼ିଆ ଗୀତରେ ଓଡ଼ିଆ କମ୍‌, ଉର୍ଦ୍ଦୁ ଅଧିକ
କେବଳ ଫିଲ୍ମ ନୁହେଁ, ଓଡ଼ିଆ ଗୀତଗୁଡ଼ିକରେ ଆଜିକାଲି ଓଡ଼ିଆ ଶବ୍ଦ କମ୍‌, ହିନ୍ଦୀ ଓ ଉର୍ଦ୍ଦୁ ଶବ୍ଦର ଅଧିକ ବ୍ୟବହାର ହେଉଛି। ମୌଲା, ଜାନମ୍‌, ମାହିଆ, ଜାନିୟା, ଇସ୍କ, ସନମ୍‌, ଦିଲ୍‌, ଆଓ୍ବାରା, ଦିଓ୍ବାନା, ନୈନା, ପାୟଲ, ବିନ୍ଦିୟା, ଦିଲ୍‌ବର୍‌ ଭଳି ହିନ୍ଦୀ ଓ ଉର୍ଦ୍ଦୁ ଶବ୍ଦ ପ୍ରାୟ ସବୁ ଓଡ଼ିଆ ଗୀତରେ ଶୁଣିବାକୁ ମିଳୁଛି। ଗୀତିକାରମାନେ ତାଳ ମିଶାଇବାକୁୁ ନିଜ ମନଇଚ୍ଛା ଶବ୍ଦ ବ୍ୟବହାର କରୁଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ନିନ୍ଦା ହେଉଥିଲେ ମଧ୍ୟ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନି। ସେହିଭଳି ଆଲ୍‌ବମ୍‌ ଏବଂ ଆଇଟମ୍‌ ଗୀତଗୁଡ଼ିକରେ ଦ୍ୱିଅର୍ଥବୋଧକ ଗୀତ ଆଜିକାଲି ସାଧାରଣ କଥାରେ ପରିଣତ ହୋଇଛି। ଗୀତର ଅଶ୍ଳୀଳତାକୁ ରୋକିବା ଲାଗି କେବଳ ଗୀତ ପାଇଁ ଏକ ସ୍ବତନ୍ତ୍ର ସେନସର୍‌ ବୋର୍ଡ ପ୍ରତିଷ୍ଠା କରିବାକୁ ବିଭିନ୍ନ ସମୟରେ ଦାବି ହେଉଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ହୋଇପାରିନି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri