ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଲାଗି ଜମି କିଣିଲେ ସରକାର

ସାକ୍ଷୀଗୋପାଳ, ୧୦।୧୦( ଡି. ଏନ୍‌. ଏ.)- ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଓଡିଆ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁଷ୍ଠାନିକ ଭାବରେ ଗୁରୁବାର ଜମି କ୍ରୟ କରିଛନ୍ତି। ଏଥିପାଇଁ ସତ୍ୟବାଦୀ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ବିକ୍ରି ଦଲିଲ ସମ୍ପାଦନ କରାଯାଇଛି। ସତ୍ୟବାଦୀ ଗୋପିନାଥ ଦେବ ଦେବୋତ୍ତର ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ମିଶ୍ର ଏବଂ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ଓଡିଆ ବିଶ୍ୱ ବିଦ୍ୟାଳୟର ସ୍ବତନ୍ତ୍ର ଅଧିକାରୀ(ଓଏସ୍‌ଡି) ଜୟନ୍ତ ନାରାୟଣ ଷଡଙ୍ଗୀ ସତ୍ୟବାଦୀ ଉପନିବନ୍ଧକ ସନ୍ତୋଷ କୁମାର ପତିଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ପ୍ରସ୍ତୁତ କରାଯାଇଥିବା ଦଲିଲରେ ସ୍ବାକ୍ଷର କରିଛନ୍ତି। ଜମି କିଣା ବିକା ନିୟମ ଅନୁଜାୟୀ ଜମିର କ୍ରେତା ଓଡିଆ ବିଶ୍ୱ ବିଦ୍ୟାଳୟର ଓଏସ୍‌ଡିଙ୍କ ପକ୍ଷରୁ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ଏହି ଦେଣେନେଣ ପ୍ରକ୍ରିୟାରେ ଚିହ୍ନଟକାରୀ ରହିଛନ୍ତି ।

ଓଡିଆ ଭାଷା ସାହିତ୍ୟକୁ ଅଧିକ ରୁଦ୍ଧିମନ୍ତ କରିବା ଲକ୍ଷ୍ୟରେ ସତ୍ୟବାଦୀ ବକୂଳବନରେ ଓଡିଆ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ। ତଦନୂଜାୟୀ ଗତବର୍ଷ ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଐତିହାସିକ ବକୁଳବନରେ ବିଶ୍ୱ ବିଦ୍ୟାଳୟ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

Share