ଓଡ଼ିଆ ବୋହୂ ଅମିତା ମିସେସ୍‌ ୟୁନିଭର୍ସ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ମିସେସ୍‌ ୟୁନିଭର୍ସ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଅମିତା ପଣ୍ଡା। ନିକଟରେ ଚୀନ୍‌ରେ ଅନୁଷ୍ଠିତ ୪୨ତମ ମିସେସ୍‌ ୟୁନିଭର୍ସ-୩ ପ୍ରତିଯୋଗିତାରେ ଅମିତା ବିଜୟୀ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ୯୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହା ପୂର୍ବରୁ ଅମିତା ମିସେସ ଇଣ୍ଡିଆ ଗାଲେକ୍ସି, ମିସେସ୍‌ ସୋସିଆଲ ଆଇକନ୍‌ ମୁକୁଟ ବିଜୟୀ ହୋଇଥିଲେ। ସେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଓ ତାଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି। ତାଙ୍କ ସ୍ବାମୀ ଜଣେ ଜଣାଣୁଣା ହୃଦରୋଗ ବିଶେଷଜ୍ଞ ।

Share