ଓଡ଼ିଆ ଭାଷାର ଧ୍ରୁବତାରା ଫକୀରମୋହନ

ବାଲେଶ୍ୱର ଅଫିସ,୧୭।୧-ବାଲେଶ୍ୱର କବିତୀର୍ଥ ଶାନ୍ତିକାନନଠାରେ ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ୩ଦିନ ଧରି ପାଳିତ ହୋଇଆସୁଥିବା ଫକୀରମୋହନ ଜୟନ୍ତୀ ଶେଷ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ପରିଷଦର ଉପସଭାପତି ଦୀନବନ୍ଧୁ ଲେଙ୍କା ସଭାପତିତ୍ୱ କରିଥିଲେ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ନିବାରଣ ଜେନା ଯୋଗଦେଇ ଯେକୌଣସି ଦୃଷ୍ଟାନ୍ତ ବିନା ଫକୀରମୋହନ ସାଧାରଣ ଭାଷାରେ ସଂସ୍କାରମୂଳକ ସାହିତ୍ୟ ସର୍ଜନା କରିଥିଲେ। ଯେ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ, ଓଡ଼ିଶା ପ୍ରଦେଶ, ଓଡ଼ିଶାବାସୀ ଥିବେ ସେପର୍ଯ୍ୟନ୍ତ ଫକୀରମୋହନ ଅମର ରହିବେ। ସମ୍ମାନିତ ଅତିଥି ଭାବରେ ସାହିତି୍ୟକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗଦେଇ ଫକୀରମୋହନଙ୍କ ବହୁ ଦୁର୍ମୂଲ୍ୟ ଲେଖା ଏଯାବତ ପ୍ରକାଶିତ ହୋଇନାହଁି। ସାହିତ୍ୟ ପରିଷଦ ତରଫରୁ ପାଳିତ ଏହି ଜୟନ୍ତୀ ଉତ୍ସବ ଫକୀରମୋହନ ସାହିତ୍ୟର ବହୁ ନୂତନ ଦିଗନ୍ତ ଉନ୍ମୋଚନର ଭିତ୍ତିପ୍ରସ୍ତର ସ୍ଥାପନ କରିଛି। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲା ସଂସ୍କୃତି ଅଧିକାରୀ ମନସ୍ବିନୀ ରାଉତ ଯୋଗଦେଇ ଫକୀରମୋହନ ଓଡ଼ିଆ ଭାଷାର ଧ୍ରୁବତାରା। ସେ ତତ୍କାଳୀନ ସମୟର ଓଡ଼ିଶାର ସାମାଜିକ ସ୍ଥିତି, ଅର୍ଥନୈତିକ ସ୍ଥିତି ଓ ଶୋଷଣକୁ ଖୁବ୍‌ ନିର୍ଭୀକ ଭାବରେ ଉପସ୍ଥାପନ କରିଛନ୍ତି। ଅତିଥି ଭାବେ ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ ଯୋଗଦେଇ ଫକୀରମୋହନ ଓ ଫକୀରମୋହନ ସାହିତ୍ୟ ପରିଷଦର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ପରିଷଦର ପତାକାକୁ ଅବତରଣ କରିଥିଲେ। ପରିଷଦ ସମ୍ପାଦକ ଡା. କୁମାର ଗୋପାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସମ୍ପାଦକ ଡ. ସାରଙ୍ଗଧର ତ୍ରିପାଠୀ ଅତିଥିଙ୍କୁ ମଞ୍ଚକୁ ଆହ୍ବାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଶିଳ୍ପୀ ସଞ୍ଜୟ ରାଉଳ ଚକଖଡ଼ିରେ ଫକୀରମୋହନଙ୍କ ମୂର୍ତ୍ତି ଖୋଦିତ କରି ଅତିଥିଙ୍କୁ ପ୍ରଦାନ କରିଥିଲେ। ତତ୍‌ସହିତ ପ୍ରଫେସର ଡ. କରୁଣାକର ଦାସଙ୍କ ‘ଶ୍ରୀଧର ସ୍ବାମୀଙ୍କ କୃତ କାର୍ତ୍ତିକ ଭାଷ୍ୟର ଓଡ଼ିଆ ଅନୁବାଦ ସହ ଶ୍ରୀ ଶ୍ରୀ ବିଷ୍ଣୁପୁରାଣ’ ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କୋଷାଧ୍ୟକ୍ଷ ତପନ ରାୟ ଓ ଉପସଭାପତି ପ୍ରଦୀପ ଚାଟାର୍ଜୀ ଉଦ୍‌ଯାପନୀ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ।