‘ଓଡ଼ିଆ ମୋ ପରିବାରର’ ପ୍ରଥମ ବୈଠକ: ୩ ଦିଗ ଉପରେ କାର୍ଯ୍ୟ ଲାଗି ଖସଡା ପ୍ରସ୍ତୁତି

ଭୁବନେଶ୍ୱର,୫।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘ଓଡ଼ିଆ ମୋ ପରିବାରର’ ପ୍ରଥମ ଆନୁଷ୍ଠାନିକ ବୈଠକ ରବିବାର ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆବାହକ ଅରୂପ ପଟ୍ଟନାୟକ କହିଛନ୍ତି ୩ ଦିଗ ଉପରେ କାର୍ଯ୍ୟ କରାଯିବାକୁ ଖସଡା ପ୍ରସ୍ତୁତ ହୋଇଛି। ଦେଶରେ ମହାରାଷ୍ଟ୍ର ଓ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ ହୋଇ ଥିବା ବେଳେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ପରିବେଶ ସୁରକ୍ଷା ଲାଗି ଏମ୍‌ପି ପିନାକୀ ମିଶ୍ରଙ୍କ ଅଧୀନରେ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଓ ଗଛ ଲଗାଇବା ପାଇଁ କାର୍ଯ୍ୟ କରାଯିବ।
ସେହିପରି ସ୍ବାସ୍ଥ୍ୟ କ୍ଷେତ୍ରରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅଧୀନରେ ଜୀବନ ବିନ୍ଦୁ ଉପରେ କାମ କରାଯିବ। ଏହା ସହ ପ୍ରବାସୀ ଓଡ଼ିଆଙ୍କ ପାଇଁ ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କ ଅଧୀନରେ କାମ ହେବ । ପ୍ରବାସୀ ଓଡ଼ିଆଙ୍କ ଡାଟାବେସ ଅଣାଯାଇଥିବା ବେଳେ ସେମାନଙ୍କ ନିକଟରେ କମିଟି ପହଞ୍ଚି ବିକାଶ ଦିଗରେ କାର୍ଯ୍ୟ କରିବ ବୋଲି ଆବାହକ ଅରୂପ ପଟ୍ଟନାୟକ କହିଛନ୍ତି।

Share