ଓଡ଼ିଆ ଯାତ୍ରା ଜଗତର ଦୁଇ ଅରୁଣ: ନାଟକ ଲେଖିବା ଯାହାଙ୍କ ନିଶା

ଓଡ଼ିଆ ଯାତ୍ରା ଜଗତର ଦୁଇ ସ୍ବନାମଧନ୍ୟ ନାଟ୍ୟକାର ଅରୁଣ ବାରିକ ଓ ଅରୁଣ ନାୟକ। ନାଟକ ଲେଖିବା ଏମାନଙ୍କର ପ୍ରାୟତଃ ଏକ ନିଶା। ପ୍ରତିବର୍ଷ ଏମାନେ ଶବ୍ଦରେ ଦର୍ଶକଙ୍କ ମନୋରଞ୍ଜନ କରନ୍ତି। କୁଳାଙ୍ଗାର, ଘୁଙ୍ଗୁର କାନ୍ଦୁଛି, କହଲୋ ବଉଳ କିଏ ତୋ ବର, ମିଛୁଆ ରାଧୁଆ ଗପ ସରିଲା, ଗଙ୍ଗା ପାପକଲେ ଧୋଇବ କିଏ, ମୁଁ ସେଇ ଭଦ୍ରକିଆ ଟୋକା ଭଳି ଅପେରା ନାଟକର ନାଟ୍ୟକାର ହେଉଛନ୍ତି ଅରୁଣ ବାରିକ। ଅରୁଣ ନାୟକଙ୍କ କଲମରୁ ଝରିଛି ବାଜିବଲୋ ସାହାନାଇ, ମୃତ୍ୟୁଦଣ୍ଡ ତଥା ସୀତାର ଜଳୁଛି ଚିତା ଭଳି ଅପେରା ନାଟକ ତଥା ପାର୍ବଣୀ, ଜୀବନର ମୃତ୍ୟୁ, ନାଟ୍‌ ଚାଲିଛେ (ସମ୍ବଲପୁରୀ ଭାଷା), ସ୍ବାର୍ଥ, ଯା ଦେବୀ ସର୍ବଭୂତେଷୁ, ଗଣତନ୍ତ୍ରର ବଜାର, ହମ୍‌ରି ଦୁନିଅଁା (ସାଦ୍ରି ଭାଷା) ଆଦି ବହୁ ମଞ୍ଚ ଓ ବେତାର ନାଟକ।

କେମିତି ହୁଏ ଆରମ୍ଭ : ନାଟକଟିର ଆରମ୍ଭ କେମିତି ହୁଏ? ସାଧାରଣତଃ ପ୍ରଥମେ କାହାଣୀଟିଏ ଚିନ୍ତା କରାଯାଏ। ତା’ପରେ ଚାଲେ ନାଟକର ଗଢ଼ଣ। ନାଟ୍ୟକାର ଅରୁଣ ବାରିକ କହନ୍ତି : ମୁଁ ପ୍ରଥମେ କାହାଣୀ ଚିନ୍ତାକରେ। କାହାଣୀଟି ଗଢ଼ା ହୋଇଗଲା ପରେ କାହାଣୀ ଅନୁଯାୟୀ ଚରିତ୍ର ଆସନ୍ତି। ଆଉ ଯେଉଁ ଚରିତ୍ରମାନଙ୍କ ପାଇଁ ଯେଉଁ କଥା ଦରକାର ସେମାନଙ୍କୁ ସେହି କଥା କୁହେଇ ଦିଆଯାଏ। ନାଟ୍ୟକାର ଅରୁଣ ନାୟକ କହନ୍ତି: ତାଙ୍କ ନାଟକର ଆରମ୍ଭ କୌଣସି ବି ଦିଗରୁ ଘଟିପାରେ। ମୁଁ କେବଳ ଅପେରା ବା ବ୍ୟବସାୟିକ ନାଟ୍ୟସଂସ୍ଥା ପାଇଁ ନାଟକ ଲେଖେନାହିଁ। ବେତାର ତଥା ପ୍ରସିଦ୍ଧ ଥିଏଟର ପାଇଁ ବି ନାଟକ ଲେଖେ। ତେଣୁ କିଛି ନା କିଛି ଇସ୍ୟୁକୁ ନେବା ପାଇଁ ହୁଏ। ପୁଣି ଅନେକ ସମୟରେ ଗୋଟିଏ ଗୋଟିଏ ଚରିିତ୍ର ଏମିତି ପ୍ରଭାବିତ କରନ୍ତି ଯେ ସେଇମାନେ ହିଁ ମନକୁମନ କାହାଣୀ କହିଦେଇଯାଆନ୍ତି। କେବଳ ତାଙ୍କ କାହାଣୀକୁ ଶୁଣିବାର କାନ ରଖିବା ଦରକାର। ତେଣୁ କାହାଣୀରୁ ଚରିତ୍ର ଆସିପାରେ। ପୁଣି ଚରିତ୍ରରୁ ବି ଅତି ଭଲ କାହାଣୀ ତିଆରି ହୋଇପାରେ। ଯେମିତି ମୋର ପାର୍ବଣୀ ନାଟକ।

ପ୍ରାକ୍‌ ପ୍ରସ୍ତୁତି : ନାଟ୍ୟକାର ଅରୁଣ ବାରିକ କହନ୍ତି : ବହୁ ପୂର୍ବରୁ ମନରେ ଭ୍ରୂଣ ଥାଏ। ତାହାକୁ ବହୁ ଯତ୍ନରେ ପାଳିବାକୁ ହୋଇଥାଏ। ସଂକ୍ଷେପରେ ଏଇଆ କୁହାଯାଇ ପାରିବ ଯେ, ସ୍ରଷ୍ଟାକୁ ଗୋଟେ ମା’ର ପ୍ରସ୍ତୁତି କରିବାକୁ ହୋଇଥାଏ। ମା’ଟିଏ ପିଲା ଜନ୍ମ କରିବାକୁ ୧୦ମାସ ସମୟ ନିଏ। ନାଟକ ମଧ୍ୟ ଗୋଟେ ପିଲା। ଓଡ଼ିଶାର ୪କୋଟିରୁ ୨କୋଟି ଦର୍ଶକ ତ ନିଶ୍ଚୟ ଦେଖୁଛନ୍ତି। ସୁସ୍ଥ, ସବଳ ତଥା ନୀରୋଗ ପିଲାଟିଏ ଜନ୍ମ କରିବା ପାଇଁ ମା’ ଯେଉଁ ଗର୍ଭଯନ୍ତ୍ରଣା ଭୋଗେ ମୋତେ ବି ସେହି ଯନ୍ତ୍ରଣା ଭୋଗିବାକୁ ହୋଇଥାଏ। ଦେଖନ୍ତୁ, ମୁଁ ୧୦ ଦିନରେ ଗୋଟିଏ ନାଟକ ଲେଖିପାରେନି। ସେଥିଲାଗି ୯୬ ମସିହାରୁ ଲେଖିଲିଣି। ହେଲେ ସେଥିଲାଗି ମୋ ନାଟକର ତାଲିକା ଖୁବ୍‌ କମ୍‌। ନାଟ୍ୟକାର ଅରୁଣ ନାୟକ ବି ପାଖାପାଖି ସେହି ମତ ରଖନ୍ତି। ସେ କହନ୍ତି : ମୋତେ ଗୋଟିଏ ଗୋଟିଏ କାହାଣୀ କରିବାକୁ ବହୁ ସମୟ ଲାଗେ। ପୁଣି ମୁଁ କାଗଜ କଲମ ଧରିବା ପୂର୍ବରୁ ନାଟକଟିକୁ ମୋ ମନର ମଞ୍ଚରେ ସମ୍ପୂର୍ଣ୍ଣ ଦେଖିଥାଏ। ଆଉ ତା’ପରେ ଯାଇ ନାଟକ ଲେଖିଥାଏ।

ନାଟ୍ୟ ସ୍ବର : ପ୍ରତ୍ୟେକ ନାଟକରେ ଥାଏ ଏକ ନାଟ୍ୟସ୍ବର। ନାଟ୍ୟକାର ଅରୁଣ ବାରିକ ତାଙ୍କ ନାଟକ ସବୁରେ ସାମାଜିକ ବାର୍ତ୍ତାକୁ ମୁଖ୍ୟ ଅସ୍ତ୍ର କରିଥାନ୍ତି। କନ୍ୟାଭ୍ରୂଣ ହେଉ କି ଆଉ କିଛି ତାହାକୁ ନେଇ ସେ ସମାଜକୁ ଏକ ଦିଗ୍‌ଦର୍ଶନ ଦେଇଥାନ୍ତି। ତେବେ ଓଡ଼ିଶାର ଚଳଣୀକୁ ନେଇ ଓଡ଼ିଆ ବାସ୍ନା ଥିବା ନାଟକ ଲେଖିବା ମୋର ପ୍ରଥମ ପସନ୍ଦ ବୋଲି କହନ୍ତି ନାଟ୍ୟକାର ଅରୁଣ ବାରିକ। ନାଟ୍ୟକାର ନାୟକଙ୍କ ନାଟକରେ ବି ସମାଜକୁ ନେଇ ଅନେକ ସ୍ବର ଥାଏ। ସେ ମୁଖ୍ୟତଃ ଗୋଟିଏ କଥାକୁ ସିଗ୍‌ନେଚର ମେସେଜ୍‌ ଭାବରେ ନେଇଥାନ୍ତି ଯେ, ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରାଯିବା ଦରକାର। ଓଡ଼ିଆ ଆଉ ଓଡ଼ିଶା କଥା ଉଠିଲେ ନାଟ୍ୟକାର ଅରୁଣ ନାୟକ କହନ୍ତି : ଓଡ଼ିଶାର କାହାଣୀ ବୋଲି ଆମେ କାହାକୁ କହିବା। ଆମେ ଏବେ ଏକ ଗ୍ଲୋବାଲ ଭିଲେଜ୍‌ରେ ରହୁଛେ। ଏବେ ଯଦି ମଥାରେ ହାତେ ଲମ୍ବର ଓଢ଼ଣା ଟାଣି ନଇଁନଇଁ ଚାଲୁଥିବା ନୂଆବୋହୂ କଥା କହିବା ତା’ହେଲେ ତାହା ସୁପରଫିସିଆଲ୍‌ ହୋଇଯିବନି।

ବଦଳୁଥିବା ପିଢ଼ି ଓ ନାଟ୍ୟ ସ୍ରଷ୍ଟାଙ୍କ ଚିନ୍ତନ : ବଦଳୁଥିବା ପିଢ଼ିର ମାନସିକତା ବା ଯାହାକୁ କୁହାଯାଏ ‘ଅଫ୍‌ବିଟ୍‌ନେସ୍‌’ ପ୍ରତି ଆମର ନାଟ୍ୟକାରମାନେ କେତେ ସଚେତନ? ଏ ପ୍ରଶ୍ନର ଉତ୍ତରରେ ନାଟ୍ୟକାର ଅରୁଣ ବାରିକ କହନ୍ତି : ବର୍ତ୍ତମାନର ପିଢ଼ିକୁ ଆଖି ଆଗରେ ରଖି ନାଟକ ଲେଖାଯାଉଛି। ବର୍ତ୍ତମାନ ତ ‘ଉହ୍ମେଇ ନିଅଁା’ କହିଲେ ପିଲାମାନେ ବୁଝିବେନି। ଏହାକୁ ଆଖିଆଗରେ ରଖିବା ନିହାତି ଦରକାର। ନାଟ୍ୟକାର ଅରୁଣ ନାୟକ କହନ୍ତି : ବର୍ତ୍ତମାନର ପିଢ଼ି ମୁଖ୍ୟତଃ ମାନସିକ ସ୍ତରରେ ବଞ୍ଚୁଛନ୍ତି। ସମୟ ସହିତ ସଂସ୍କୃତି, ପରମ୍ପରା ବଦଳିଯାଉଛି। ତାହାର ସ୍ଥାନ ନେଉଛି ଏକ ନୂଆ ଚିନ୍ତାଧାରା; ଯାହାକୁ ଆମେ ଅସ୍ବୀକାର କରିପାରିବାନି। ମୋର ସବୁ ନାଟକରେ ରହିଛି ତାହାର ଝଲକ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri