ଓଡ଼ିଶାକୁ ଏକ ଲକ୍ଷ ଟଙ୍କା ଜରିମାନା

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠାରେ ବିଳମ୍ବ ନେଇ ଓଡ଼ିଶାକୁ ଜରିମାନା କରାଯାଇଛି। ବୁଧବାର ସୁପ୍ରିମକୋର୍ଟ ଓଡ଼ିଶା ସହ ୮ଟି ରାଜ୍ୟକୁ ଏକ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଥିବା ସୂଚନା ମିଳିଛି।

ପ୍ରକାଶ ଯେ, କୋର୍ଟ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ନେଇ ରାଜ୍ୟଠାରୁ ଜବାବ ମାଗିଥିଲେ। ଜବାବ ଦେବାରେ ଖିଲାପ କରିବାରୁ ସୁପ୍ରିମକୋର୍ଟ ଜରିମାନା କରିଛନ୍ତି। ଏଥିପାଇଁ ଗ୍ରାମ୍ୟ ନ୍ୟାୟାଳୟ ପାଇଁ ମାସେ ମଧ୍ୟରେ ବିଜ୍ଞପ୍ତି କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।

Share