ଭୁବନେଶ୍ୱର, ୧୯।୫(ବ୍ୟୁରୋ): ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଶେଷ ହେବା ପରେ ଏକଜିଟ ପୋଲ ଅନୁମାନ ଭାଜପା ପାଇଁ ଭଲ ଖବର ଆଣିଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ପୂର୍ବାନୁମାନ ଅନୁଯାୟୀ କେନ୍ଦ୍ରରେ ଭାଜପା ପୁଣି ସରକାର ଗଢିବାକୁ ଯାଉଥିଲାବେଳେ ଓଡ଼ିଶାର ଲୋକ ସଭା ଆସନ ଗୁଡିକରେ ମଧ୍ୟ ଗତଥର ଅପେକ୍ଷା ଢେର୍ ଭଲ ପ୍ରଦର୍ଶନ କରିବ। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ କ’ଣ କହୁଛି ଜାଣନ୍ତୁ-
ସଂସ୍ଥାର ନାମ ବିଜେଡି ଭାଜପା କଂଗ୍ରେସ +
ରିପବ୍ଲିକ -ସି ଭୋଟର ୧୦ ୧୧ ୦୦
ଏନଡିଟିଭି ପୋଲସ ଅଫ ପୋଲ ୧୦ ୧୦ ୦୧
ଜନ କି ବାତ୍ ୦୮ ୧୨ ୦୧
ଟାଇମସ ନାଓ ଭିଏମଆର୍ ୦୮ ୧୨ ୦୧
ଇଣ୍ଡିଆଟିଭି ୧୫ ୦୬ ୦୦