ଓଡ଼ିଶାବାସୀଙ୍କୁ ସତର୍କ ରହିବାକୁ ପଡ଼ିବ: ବାଚସ୍ପତି

ଦିଗପହଣ୍ଡି, ୭।୧୧ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକକୁ ଶନିବାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ଲୋକଙ୍କୁ ସତର୍କ ରହିବା ସହ ମୁହଁରେ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଛନ୍ତି। ଶୀତଋତୁରେ ଓଡ଼ିଶାବାସୀଙ୍କୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଏ ନେଇ ସମସ୍ତ ଗଣମାଧ୍ୟମରେ ଖବର ପ୍ରସାରଣ ସହ ଲୋକଙ୍କୁ ଅଧିକରୁ ଅଧିକ ସଚେତନ ପାଇ ବାଚସ୍ପତି କହିଛନ୍ତି।

Share