ଓଡ଼ିଶାରୁ ୧୧୦ ନମୂନା, ୨ ପଜିଟିଭ୍‌; ୩୮୬୧ଜଣ ବିଦେଶ ଫେରନ୍ତା ପଞ୍ଜିକୃତ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ସ୍ବାସ୍ଥ୍ୟବିଭାଗର ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାଜ୍ୟରୁ ମୋଟ ୧୧୦ଟି ନମୂନା ପରୀକ୍ଷଣ ପାଇଁ ପଠାଯାଇଛି। ସେଥିରୁ ପୂର୍ବବତ ୨ଟି ନମୂନା ପଜିଟିଭ ଚିହ୍ନଟ ହୋଇଛି। ଉଭୟ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେହିଭଳି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୫୭ଜଣଙ୍କୁ ଚିହ୍ନଟ କରାଯାଇଛି। କୋଭିଡ-୧୯ ସସ୍ପର୍ଶରେ ଆସିଥିବା ୪୫ଜଣଙ୍କୁ ଡାକ୍ତରଖାନା ଆଇସୋଲେଶନରେ ରଖାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ୧୦୪ନଂରେ ୩୮୬୧ଜଣ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ଜଣଙ୍କ ପାଖରେ କିଛି କିଛି ଲକ୍ଷଣ ଥିବା ସନ୍ଦେହ କରାଯାଉଛି। ସେଥିପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମଙ୍ଗଳବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share