ଓଡ଼ିଶାରେ ଆରମ୍ଭ ହେଲା କରୋନା ପରୀକ୍ଷା: ଆର୍‌ଏମ୍‌ଆର୍‌ସିରେ ଖୋଲିଲା ସ୍ବତନ୍ତ୍ର ଲାବ୍‌

ଭୁବନେଶ୍ୱର,୯।୩(ବ୍ୟୁରୋ): ଏଣିକି ଓଡ଼ିଶାରେ ହୋଇପାରିବ କରୋନା ଭାଇରସ୍‌ ପରୀକ୍ଷା। ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି)ରେ ଏହି ବ୍ୟବସ୍ଥା ଶନିବାରଠାରୁ ଆରମ୍ଭ ହୋଇଛି। ପୂର୍ବରୁ ପୁଣେକୁ ନମୁନା ପରୀକ୍ଷା ପାଇଁ ପଠାଯାଉଥିଲା। ସେଥିପାଇଁ କିଛିଦିନ ଅପେକ୍ଷା କରିବାକୁ ପଡୁଥିଲା। ଏବେ କିନ୍ତୁ ଆର୍‌ଏମ୍‌ଆର୍‌ସିରେ ସ୍ଥାପନ କରାଯାଇଥିବା ସ୍ବତନ୍ତ୍ର ଲାବ୍‌ରୁ ଶୀଘ୍ର ରିପୋର୍ଟ ମିଳିପାରୁଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି।
ରବିବାର ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସଚିବ କରୋନା ସମ୍ପର୍କରେ ସୂଚନା ଦେବା ସହ ଏହାକୁ ନେଇ କେହି ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କରୋନା ପରୀକ୍ଷା ପାଇଁ ଓଡ଼ିଶାରେ ଏସ୍‌ସିବି ମେଡିକାଲ ଓ ଆର୍‌ଏମ୍‌ଆର୍‌ସିରେ ଆବଶ୍ୟକ ଭିତ୍ତିଭୂମି ରହିଛି। ଏଥିପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲୁ। ଆର୍‌ଏମ୍‌ଆର୍‌ସି ପାଇଁ ଅନୁମତି ମିଳିଛି। ଏଠାରେ ଦିନକୁ ୨୦ ନମୁନା ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି। କ୍ୟାପିଟାଲ ହସ୍ପିଟାଲ ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି ହୋଇଥିବା ଆୟର୍ଲାଣ୍ଡ ନାଗରିକ ଓ ତାଙ୍କ ସହଯୋଗୀଙ୍କ କରୋନା ପରୀକ୍ଷା ଶନିବାର ଆର୍‌ଏମ୍‌ଆର୍‌ସିରେ କରାଯାଇଥିଲା। ସମସ୍ତ ରିପୋର୍ଟ ନେଗେଟିଭ୍‌ ବାହାରିଛି। ଏମ୍‌ସ ସମେତ ରାଜ୍ୟର ସମସ୍ତ ହସ୍ପିଟାଲ ଆର୍‌ଏମ୍‌ଆର୍‌ସିକୁ କରୋନା ପରୀକ୍ଷା ପାଇଁ ନମୁନା ପଠାଇପାରିବେ। ବତ୍ତର୍ମାନ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେଶନ ୱାର୍ଡ ପ୍ରସ୍ତୁତ ରଖାଯାଇଛି। ଘରୋଇ ହସ୍ପିଟାଲରେ ଆଇସୋଲେଶନ ଓ୍ବାର୍ଡ ସ୍ଥାପନ ପାଇଁ ଯୋଜନା ହେଉଛି। ଏଥିପାଇଁ ଶନିବାର ପ୍ରାଇଭେଟ୍‌ ହସ୍ପିଟାଲ ଆସୋସିଏଶନ ସହିତ ଆଲୋଚନା ହୋଇଥିବା ସଚିବ କହିଛନ୍ତି। ଅନ୍ୟପକ୍ଷରେ ହୋଲି ପାଇଁ ସୋମବାର ବିଭାଗ ପକ୍ଷରୁ ଏକ ଆଡଭାଇଜରି ଜାରି ହେବ। ତଥାପି ବଡ଼ ଆକାରରେ ଓ ବଡ଼ ସମାବେଶ କରି ହୋଲି ନ ଖେଳିବାକୁ ସେ ପରାମର୍ଶ ଦେଇଛନ୍ତି।
ଡିଏମ୍‌ଇଟି ନିର୍ଦ୍ଦେଶକ ଡା. ସିବିକେ ମହାନ୍ତି କହିଛନ୍ତି, ଶୁକ୍ରବାର ଏସ୍‌ସିବିରେ ଦୁଇଜଣ ଡାକ୍ତରଙ୍କୁ କରୋନା ହୋଇଥିବା ମିଛ ଖବର ପ୍ରଚାରିତ ହୋଇଥିଲା। ଫଳରେ ରବିବାର ଲୋକେ ଏସ୍‌ସିବିକୁ ଆସିବା ପାଇଁ ଭୟ କରିଥିଲେ। ତେଣୁ କରୋନା ସମ୍ପର୍କରେ ମିଛ ପ୍ରଚାର ନ କରି ଠିକ୍‌ ଖବର ପ୍ରକାଶ କରିବାକୁ ସେ କହିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କୌଣସି କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଏସ୍‌ସିବି, ଏମ୍‌କେସିଜି, ଭିମ୍‌ସାର ଓ କ୍ୟାପିଟାଲ ହସ୍ପିଟାଲରେ ମୋଟ ୧୦ଜଣ ସନ୍ଦିଗ୍ଧ ଭର୍ତ୍ତି ହୋଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ୍‌ ଆସିଛି। କରୋନା ସତର୍କତା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ମାସ୍‌ କ୍ବାରେଣ୍ଟାଇନ ପାଇଁ ଜଟଣୀ, କଟକ, ବୁର୍ଲା ଓ ବ୍ରହ୍ମପୁରରେ ସ୍ଥାନ ଚିହ୍ନଟ ହୋଇଛି। ସମସ୍ତ ଜିଲାପାଳଙ୍କୁ ଜିଲା ମନିଟରିଂ ମୁଖ୍ୟ ଭାବେ ମନୋନୀତ କରାଯାଇଛି। ନମୁନା ପରୀକ୍ଷା ପାଇଁ ଡିଷ୍ଟ୍ରିକ୍ଟ ରାପିଡ୍‌ ଟିମ୍‌ ପ୍ରସ୍ତୁତ ରଖାଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ସମେତ ୩ଟି ଟେଲିଫୋନ୍‌ ନମ୍ବର ଜାରି କରାଯାଇଛି ବୋଲି ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ଏମ୍‌ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବାଟମାନବେନଙ୍କ ସମେତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri