ଓଡ଼ିଶାରେ ଆଶିଂକ ସୂର୍ଯ୍ୟୋପରାଗ

ଭୁବନେଶ୍ୱର,୨୧ା୬(ବ୍ୟୁରୋ)-ରବିବାର ମହାକାଶରେ ବଳୟ ସୂର୍ଯ୍ୟୋପରାଗ ସଂଗଠିତ ହୋଇଛି। ଓଡିଶା ସମେତ ଭାରତର ସବୁ ଅଞ୍ଚଳରେ ଏହା ଦୃଶ୍ୟମାନ ହୋଇଛି। ଦେଶର ରାଜସ୍ଥାନ, ହରିୟଣା ଓ ଉତ୍ତରାଖଣ୍ଡରେ ବଳୟ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଥିବାବେଳେ ଓଡିଶାରେ ଆଶିଂକ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଛି। ସୂର୍ଯ୍ୟୋପରାଗ ଦିନ ୧୦ଟା ୨୦ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟରେ ଶେଷ ହୋଇଛି। ମଧ୍ୟାହ୍ନ ୧୨ ଟା ୧୫ ରୁ ସାଢେ ୧୨ ଟା ମଧ୍ୟରେ ସର୍ବାଧିକ ପରାଗ ସଂଗଠିତ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଓଡିଶାରେ ୬୧ରୁ ୭୨ ପ୍ରତିଶତ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଛି। ଏହି ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଘୋଡ଼ାଇ ଦେଇଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ସୂର୍ଯ୍ୟଙ୍କର ଧାରର କିଛି ଅଂଶ ଦେଖାଯାଇଥିଲା।

Share