ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଲା

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସୋମବାର ଯାଜପୁରର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିବା ବେଳେ ମଙ୍ଗଳବାର ଆଉ ୪ଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ସମସ୍ତ ପଜିଟିଭ୍‌ ଭୁବନେଶ୍ୱରର। ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ମଧ୍ୟରୁ ଝାରପଡ଼ା ଅଞ୍ଚଳର ଜଣେ ରହିଥିବା ବେଳେ ବମିଖାଲ ଅଞ୍ଚଳର ୩ଜଣ ରହିଛନ୍ତି। ଝାରପଡ଼ା ଅଞ୍ଚଳର ଆକ୍ରାନ୍ତ ୫୦ ବର୍ଷ ବୟସର ଜଣେ ବ୍ୟକ୍ତି ହୋଇଥିବା ବେଳେ ବମିଖାଲର ୨ଜଣ ପୁରୁଷ ୫୧ ଓ ୭୦ ବର୍ଷ ଏବଂ ଜଣେ ମହିଳା ଆକ୍ରାନ୍ତଙ୍କ ବୟସ ୫୧ ରହିଥିବା ନେଇ ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ୧୪ ଏପ୍ରିଲ ପର୍ଯ୍ୟନ୍ତ ମୋଟ ୪୭୩୪ଟି ନମୂନା ପରୀକ୍ଷଣ କରାଯାଇଛି। ସେଥିରୁ ୪୬୭୮ଜଣ ନେଗେଟିଭ୍‌ ବାହାରିଥିବା ବେଳେ ୬୦ଟି ପଜିଟିଭ୍‌ କେସ୍‌ ମିଳିଛି।

Share