ଓଡ଼ିଶାରେ ଚତୁର୍ଥ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୩୧।୩(ବ୍ୟୁରୋ)-ଓଡ଼ିଶାରେ ମଙ୍ଗଳବାର ରାତିରେ ରାଜ୍ୟର ଚତୁର୍ଥ କରୋନା ସଂକ୍ରମିତଙ୍କୁ ଠାବ କରାଯାଇଛି। ଏହି ସଂକ୍ରମିତ ବ୍ୟକ୍ତି ଜଣେ ୨୯ ବର୍ଷୀୟ ଯୁବକ। ଭଦ୍ରକ ଜିଲାରୁ ଆସୁଥିବା ଏହି ଯୁବକ ନିକଟରେ ଦୁବାଇଗସ୍ତ କରିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ଏହି ସୂଚନା ଜଣାପଡିଛି। ପ୍ରଥମଥର ପାଇଁ ରାଜ୍ୟର ରାଜଧାନୀ ଭୁବନେଶ୍ୱର ବାହାରର ଜଣେ ସଂକ୍ରମିତଙ୍କୁ ଠାବ କରାଯାଇଛି। ରାଜ୍ୟରୁ ପରୀକ୍ଷା କରାଯାଇଥିବା ୬୧୦ ନମୁନା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଲାଣି। ଭୁବନେଶ୍ୱରସ୍ଥିତ ଏମ୍ସରେ କରାଯାଇଥିବା ୧୫ଟି ନମୁନା ମଧ୍ୟରୁ ଉପରୋକ୍ତ ନମୁନାଟି କରୋନା ପଜିଟିଭ ବୋଲି ଜଣାପଡିଛି।

 

Share