ଓଡ଼ିଶାରେ ‘ଜନତା କର୍ଫ୍ୟୁ’ର ପୂର୍ଣ୍ଣ ପ୍ରଭାବ: ସତର୍କତା, ସଚେତନତା ପଥରେ ଲୋକେ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ଘାତକ କରୋନା ଭୂତାଣୁର ପ୍ରକୋପ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଏହାର କୌଣସି ପ୍ରତିକାର ନ ଥିବାରୁ କେବଳ ସତର୍କତା ଓ ସଚେତନତା ହିଁ ଏହି ରୋଗକୁ ପ୍ରତିହତ କରିପାରିବ। ତେଣୁ ଏହି ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ସଂକ୍ରମଣକୁ ରୋକିବା ଓ ସମସ୍ତଙ୍କୁ ସଚେତନ କରିବାକୁ ରବିବାର ଜନତା କର୍ଫ୍ୟୁ ପାଳନ କରାଯାଉଛି। ତେବେ ଓଡ଼ିଶାରେ ଏହାର ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଛି।

ରାଜ୍ୟର ପ୍ରମୁଖ ସହର ଭୁବନେଶ୍ୱର, କଟକ ସମେତ ଅନ୍ୟ ସମସ୍ତ ସ୍ଥାନରେ ଦୋକାନ ବଜାର ସମେତ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ବସ୍‌, ଟ୍ୟାକ୍ସି, ଘରୋଇଯାନ ଗଡ଼ୁ ନାହିଁ। ବାଦାମବାଡ଼ି ଓ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଜନଶୂନ୍ୟ ହୋଇପଡ଼ିଛି। ତେବେ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ପାଇଁ ମଧ୍ୟ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି।

Share