Categories: ବାଣିଜ୍ୟ

ଓଡ଼ିଶାରେ ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଶାଖାର ସମ୍ପ୍ରସାରଣ: ବରିଷ୍ଠ ନାଗରିକଙ୍କ ପାଇଁ ଫିକ୍ସଡ଼ ଡ଼ିପୋଜିଟରେ ମିଳିବ ୯.୬% ସୁଧ

ଭୁବନେଶ୍ୱର, ୪।୬: ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିଃ. ପକ୍ଷରୁ ଓଡ଼ିଶାର ଭଦ୍ରକ ଏବଂ ବାଲେଶ୍ୱରରେ ଦୁଇଟି ନୂତନ ଶାଖାର ଶୁଭାରମ୍ଭ କରାଯାଇଛିା ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ୩ବର୍ଷର ଫିକ୍ସଡ଼ ଡ଼ିପୋଜିଟରେ ୯% ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୯.୬% ସୁଧ ପ୍ରଦାନ କରାଯାଉଛି ା ବ୍ୟାଙ୍କର ଗ୍ରୁପ୍‌ ଲୋନ୍‌ ଗ୍ରାହକମାନେ ଜିରୋ ବାଲାନ୍ସରେ ସଞ୍ଚୟ ଖାତା ଖୋଲିଆସୁଛନ୍ତିା ବର୍ତ୍ତମାନ ଓଡ଼ିଶାରେ ବ୍ୟାଙ୍କ ପକ୍ଷରୁ ଅତି କମ୍‌ରେ ୬୫,୦୦୦ ଗ୍ରାହକଙ୍କୁ ସେବା ଯୋଗାଇ ଆସୁଥିବାବେଳେ ସମ୍ପୁର୍ଣ୍ଣ ଭାରତରେ ୫୪ ଲକ୍ଷରୁ ଅଧିକ ଲୋକମାନଙ୍କୁ ସେବା ଯୋଗାଇ ଆସୁଛିା ଡ଼ିସେମ୍ବର ୨୦୧୯ ସୁଦ୍ଧା ଏହି ବ୍ୟାଙ୍କ ଓଡ଼ିଶାରେ ୨୩ଟି ଅଧିକ ଶାଖା ଖୋଲିବା ପାଇଁ ପ୍ରତିଶୃତିବଦ୍ଧ ବୋଲି ବ୍ୟାଙ୍କର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଅଜୟ କନୱାଲ କହିଛନ୍ତି।

Share