ଓଡ଼ିଶାରେ ପୁଣିଥରେ ପୁଞ୍ଜି ନିବେଶ କରିପାରେ କୋରିଆ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ପୋସ୍କୋ ଓଡ଼ିଶାରୁ ମୁହଁ ଫେରାଇବା ପରେ ପୁଣି ଥରେ ଓଡ଼ିଶାରେ ପୁଞ୍ଜି ନିବେଶ କରିପାରେ କୋରିଆ। କୋରିଆ ରାଷ୍ଟ୍ରଦୂତ ସିନ୍‌ ବଙ୍ଗ୍‌କିଲଙ୍କ ସହ ୪୬ ଜଣିଆ ଶିଳ୍ପ ପ୍ରତିନିଧି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ପୋସ୍କୋ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷରେ ଓହରିଯାଇଥିଲା ବୋଲି ସିନ ବଙ୍ଗ୍‌କିଲ୍‌ କହିଛନ୍ତି। ପୋସ୍କୋ ଘଟଣାରୁ ଉଭୟ ପକ୍ଷ ଶିକ୍ଷାଲାଭ କରିଛନ୍ତି। ଏଥିରୁ ଶିକ୍ଷାଲାଭ କରି ଏବେ ନୂଆ ଭାବେ କେମିତି ଆଗକୁ ନିବେଶ କରାଯିବ ସେନେଇ ଚିନ୍ତା କରିବା ଆବଶ୍ୟକ ବୋଲି ବଙ୍ଗ୍‌କିଲ କହିଛନ୍ତି।

Share