ଓଡ଼ିଶାରେ ବିରଳ ଟିଆଇପିଏସ୍‌ ସର୍ଜରି

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଓଡ଼ିଶାରେ ପ୍ରଥମଥର ପାଇଁ ‘ଟ୍ରାନ୍ସଜୁଗୁଲାର ଇଣ୍ଟ୍ରାହେପାଟିକ୍‌ ପୋର୍ଟୋସିଷ୍ଟମିକ୍‌ ସଣ୍ଟ(ଟିଆଇପିଏସ୍‌)’ର ବ୍ୟବହାର କରି ଜଣେ ୪୬ ବର୍ଷୀୟ ରୋଗୀଙ୍କ କ୍ରୋନିକ୍‌ ସିିରୋସିକ୍‌ ଲିଭର୍‌ର ସଫଳ ଚିକିସତ୍ା କରାଯାଇଛି। କ୍ରୋନିକ୍‌ ଆଲ୍‌କୋହଲିକ୍‌ ଲିଭର୍‌ ସିିରୋସିସ୍‌ରେ ପୀଡ଼ିତ ଜଣେ ରୋଗୀଙ୍କ ଠାରେ ଜଣ୍ଡିସ୍‌, ପେଟ କାଟିବା ଏବଂ ରକ୍ତ ବାନ୍ତି ଭଳି ଲକ୍ଷଣ ଦେଖାଯିବା ପରେ ବିଭିନ୍ନ ପରୀକ୍ଷାରୁ ତାଙ୍କ ତଳିପେଟରେ ୩ ଲିଟର ତରଳ ପଦାର୍ଥ ରହିଥିବା ଜଣାପଡ଼ିଥିଲା। ଦୁଇ ଥର ତାଙ୍କ ପେଟରୁ ତରଳ ପଦାର୍ଥ କଢ଼ାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ତେଣୁ ବିଆର୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲର ଭାସ୍କୁଲାର୍‌ ଆଣ୍ଡ୍‌ ଇଣ୍ଟ୍ରାଭେନ୍ସନାଲ୍‌ ରେଡିଓଲୋଜିଷ୍ଟ ବିଭାଗ ବରିଷ୍ଠ ପରାମର୍ଶଦାତା ଡା. ଶିବଶଙ୍କର ଦଳାଇ ଏବଂ ନିଶ୍ଚେତକ ବିଶେଷଜ୍ଞ ଡା.ସଂଘମିତ୍ରା ମିଶ୍ରଙ୍କ ନେତୃତ୍ୱରେ ଏହି ଟିଆଇପିଏସ୍‌ ସର୍ଜରି ହୋଇଥିଲା। ଯକୃତ କୋଷ ଚିରଦିନ ନଷ୍ଟ ହେବା ଦ୍ୱାରା ଏହି ଲିଭର୍‌ ସିରୋସିସ୍‌ ରୋଗ ହୋଇଥାଏ। ଭାରତରେ ପ୍ରତିବର୍ଷ ପାଖାପାଖି ୧୦ ଲକ୍ଷ ନୂତନ ରୋଗୀ ଲିଭର୍‌ ସିରୋସିିସ୍‌ରେ ଆକ୍ରାନ୍ତ ହେଉଥିବାବେଳେ ଏହା ମାଦକଦ୍ରବ୍ୟ ସେବନ ଯୋଗୁ ଯକୃତ ରୋଗ ହେଉଛି।

Share