ଓଡ଼ିଶାରେ ମଧ୍ୟ ଜଗା-କାଳିଆଙ୍କ ଚିକିତ୍ସା ଖର୍ଚ୍ଚ ଉଠାଇବେ ରାଜ୍ୟ ସରକାର: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଓଡ଼ିଶା ଫେରିବା ପରେ ଜଗା-କାଳିଆଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଜଗା-କାଳିଆ ଓଡ଼ିଶା ଫେରିବା ନେଇ କଥା ଉଠିବା ପରେ ଶନିବାର ମନ୍ତ୍ରୀ କହିଛନ୍ତି, ସେମାନେ ଆସିଲେ ଭୁବନେଶ୍ୱରର ଯେଉଁଠି ଇଚ୍ଛା ସେଇଠି ରହିବେ। ଏମ୍‌ସ କିମ୍ବା ଆପୋଲୋରେ ଯେଉଁଠି ଚାହିଁବେ ରହିବେ। ନୂଆଦିଲ୍ଲୀସ୍ଥିତ ଏମ୍‌ସରେ ମଧ୍ୟ ସେମାନଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି। ଏବେ ସେମାନେ ଓଡ଼ିଶା ଫେରିଲେ ମଧ୍ୟ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ଜଗା-କାଳିଆ ଦିଲ୍ଲୀ ଏମ୍‌ସରୁ ଶୀଘ୍ର ଓଡ଼ିଶା ଫେରିବା ନେଇ ଶନିବାର ଏନ୍‌ଏଚ୍‌ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ ସୂଚନା ଦେଇଥିଲେ। ଏ ନେଇ ବିଧିବଦ୍ଧ ଭାବେ ଏମ୍‌ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯିବ ବୋଲି ସେ କହିଥିଲେ।

Share