ଓଡ଼ିଶାରେ ଯୁବ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ସାରା ବିଶ୍ୱରେ ୬୦ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରେ କରୋନା ଅଧିକ ସଂକ୍ରମିତ ହେଉଛି। କିନ୍ତୁ ଓଡ଼ିଶାରେ ମାତ୍ର ୮% ଅର୍ଥାତ ୪ଜଣ ଆକ୍ରାନ୍ତ ୬୦ବର୍ଷରୁ ଅଧିକ ରହିଛନ୍ତି। ଏହା ଓଡ଼ିଶା ପାଇଁ ଭଲ ଲକ୍ଷଣ। ଯେଉଁମାନେ ରିସ୍କ ଫାକ୍ଟରରେ ଅଛନ୍ତି, ସେମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହା ଲକ୍‌ଡାଉନ୍‌, ସାମାଜିକ ଦୂରତ୍ୱ ଭଳି ପଦକ୍ଷେପ ନିଆଯିବାରୁ ସମ୍ଭବ ହୋଇପାରିଛି ବୋଲି ଓଡ଼ିଶା ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି। ରାଜ୍ୟର ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୨୬ଜଣ (୫୨%) ୧୫ରୁ ୪୦ ବର୍ଷ ମଧ୍ୟରେ, ୧୨ଜଣ(୨୪%) ୪୧ରୁ ୬୦ବର୍ଷ, ୮ଜଣ(୧୬%) ୦ରୁ ୧୪ବର୍ଷ ମଧ୍ୟରେ ରହିଥିବା ସେ ସୂଚନା ଦେଇଛନ୍ତି।

Share