ଓଡ଼ିଶାରେ ଶାହା: ପୂର୍ବାଞ୍ଚଳ ଜୋନ୍‌ ପରିଷଦ ବୈଠକରେ ଯୋଗ ଦେଲେ

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ଯୋଗ ଦେଇଛଛନ୍ତି। ବିମାନ ବନ୍ଦରରୁ ସିଧା ଲୋକସେବା ଭବନ ଅଭିମୁଖେ ଶାହା ଯାତ୍ରା କରିଛନ୍ତି। ୨୪ତମ ପୂର୍ବାଞ୍ଚଳ ଜୋନ୍‌ ପରିଷଦ ବୈଠକ ଲୋକସେବା ଭବନରେ ଆରମ୍ଭ ହୋଇଛି। ଶାହା ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ବୈଠକରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିବାହ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି। କିନ୍ତୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ବୈଠକରେ ଉପସ୍ଥିତ ଅଛନ୍ତି।
ବିମାନ ବନ୍ଦରରେ ଶାହାଙ୍କୁ ଭବ୍ୟ ସ୍ବାଗତ ଜଣାଇ ଭାଜପା ନେତାମାନେ ପାଛୋଟି ନେଇଥିଲେ। ଏଥିନିମନ୍ତେ ବିମାନ ବନ୍ଦରରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିମାନ ବନ୍ଦରରେ ଉପସ୍ଥିତଥିଲେ। ସେମାନଙ୍କ ବ୍ୟତୀତ ରାଜ୍ୟ ସଭାପତି ସମୀର ମହାନ୍ତି ଓ ଏମ୍‌ପି ଅପରାଜିତା ଷଡଙ୍ଗୀ ମଧ୍ୟ ଶାହାଙ୍କ ସ୍ବାଗତ ନିମନ୍ତେ ଉପସ୍ଥିତ ରହିଥିଲେ।

Share