ଓଡ଼ିଶାରେ ୫ମ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨।୪(ବ୍ୟୁରୋ): ଓଡ଼ିଶାରେ ବୁଧବାର ଆଉ ଜଣେ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହାସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଁଚିଛି। ୫ମ ସଂକ୍ରମିତ ଜଣକ ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳର ବୋଲି ଜଣାପଡିଛି। ତାଙ୍କ ବୟସ ୬୦ ବର୍ଷ। ସେ ଭୁବନେଶ୍ୱର ଏମ୍ସରେ ଚକିତ୍ସିତ ହେଉଥିଲେ । ତେବେ ତାଙ୍କ ବିଷୟରେ ସବିଶେଷ ଅନୁସନ୍ଧାନ ହେଉଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଯୋଗେ ସୂଚନା ପ୍ରଦାନ କରାଯାଇଛି।

ଏହାପୂର୍ବରୁ ମଙ୍ଗଳବାର ୪ର୍ଥ କରୋନା ପଜିଟିଭ ସଂକ୍ରମିତ ଭଦ୍ରକର ବୋଲି ଜଣାପଡିଥିଲା।

ଏଥିସହ ରାଜ୍ୟର ୨ୟ କରୋନା ସଂକ୍ରମିତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବିଷୟରେ ବୁଧବାର  ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚିତ କରାଯାଇଥିଲା।

Share