ଓଡ଼ିଶାର ଆଉ ଏକ ଜିଲାକୁ ଡେଇଁଲା କରୋନା: ୬୧ ନଂ ଆକ୍ରାନ୍ତ ବାଲେଶ୍ୱରର

ଭୁବନେଶ୍ୱର,୧୮ା୪(ବ୍ୟୁରୋ) : ଶନିବାର ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ବାଲେଶ୍ୱର ଜିଲାର। ତାଙ୍କର ବୟସ ୫୮ ବର୍ଷ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶଯୋଗ୍ୟ, ଶନିବାର ରାଜ୍ୟରେ ୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନେ ସମସ୍ତେ ଭୁବନେଶ୍ୱରର। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୬୧୯ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ୬୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୪ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୬ ରହିଛି। କେବଳ ଭୁବନେଶ୍ୱରରେ ୨୯ ସକ୍ରିୟ କରୋନା ପଜିଟିଭ୍‌ ରହିଥିବା ବେଳେ ୧୭ଜଣ ସୁସ୍ଥ ହୋଇଛନ୍ତି।

Share