ଓଡ଼ିଶାର ଦୁଇ ବୀରସନ୍ତାନ

ବିମଳ ପ୍ରସନ୍ନ ଦାସ
ଆଜି ଜାନୁୟାରୀ ୨୩ ତାରିଖ, ଜାତୀୟ ମୁକ୍ତି ସଂଗ୍ରାମର ଦୁଇ ମହାନ୍‌ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ। ଓଡ଼ିଶା ମାଟିର ଏହି ଦୁଇ ବୀର ସନ୍ତାନଙ୍କ କର୍ମମୟ ଜୀବନ ଭିତରେ ପାଖାପାଖି ଶହେ ବର୍ଷର ବ୍ୟବଧାନ ଥିଲେ ମଧ୍ୟ ଦୁହିଁଙ୍କ ଜୀବନର ଗୋଟିଏ ମାତ୍ର ଲକ୍ଷ୍ୟ ଓ ବିଶ୍ୱାସ ଥିଲା ସଶସ୍ତ୍ର ସଂଗ୍ରାମ ଜରିଆରେ ଦେଶକୁ ସ୍ବାଧୀନ କରିବା। ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ୧୮୦୯ ଜାନୁୟାରୀ ୨୩ ତାରିଖ ସମ୍ବଲପୁର ଖିଣ୍ଡା ଗ୍ରାମରେ। ମାତ୍ର ୧୮ ବର୍ଷ ବୟସରେ ସଶସ୍ତ୍ର ସଂଗ୍ରାମ କରିଥିଲେ। ହଜାରିବାଗ ଓ ଅସୁରଗଡ଼ ଜେଲରେ ୩୭ ବର୍ଷ କାରାଜୀବନ କଟାଇ ୧୮୮୪ ଫେବୃୟାରୀ ୨୮ ତାରିଖରେ ତାଙ୍କର ଦେହାବସାନ ଘଟିଥିଲା। ସେହିପରି ସୁଭାଷଙ୍କର ଜନ୍ମ ୧୮୯୭ ଜାନୁୟାରୀ ୨୩ କଟକ ଓଡ଼ିଆ ବଜାରରେ। ବଙ୍ଗ-ବିହାର-ଓଡ଼ିଶା ମିଳିତ ମାଟ୍ରିକ ପରୀକ୍ଷାରେ ସେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ୧୯୨୦ରେ ଆଇସିଏସ୍‌ ପରୀକ୍ଷାରେ ଚତୁର୍ଥ ସ୍ଥାନ ଅଧିକାର କଲେ। ଏଥିପାଇଁ ଲଣ୍ଡନ ଯାଇଥିଲେ। ମାତ୍ର ଶ୍ରୀଅରବିନ୍ଦଙ୍କ ସଦୃଶ ସ୍ବଦେଶବତ୍ସଳ ଓ ଜାତିପ୍ରାଣ ସୁଭାଷଙ୍କୁ ଉଚ୍ଚ ପଦବୀ ଓ ସରକାରୀ ଚାକିରିର ମୋହ ବାନ୍ଧିରଖି ପାରିଲା ନାହିଁ। ୧୯୨୦ରେ ଜାତୀୟ କଂଗ୍ରେସରେ ଯୋଗ ଦେଲେ। ୧୯୩୮ ଓ ୧୯୩୯ରେ ଜାତୀୟ କଂଗ୍ରେସର ସଭାପତି ପଦ ମଣ୍ଡନ କଲେ। ୧୯୪୧ରେ ମାତୃଭୂମି ପରିତ୍ୟାଗ କରି ବିଦେଶରେ ଆଜାଦ ହିନ୍ଦ୍‌ ଫୌଜ ଗଠନ କଲେ। ତାଙ୍କର ଆହ୍ବାନ ଥିଲା ‘ଦିଲ୍ଲୀ ଚଲୋ’। ସେ ଥିଲେ ଜଣେ ଦୁର୍ଦ୍ଧର୍ଷ ଜାତୀୟତାବାଦୀ ବୀର। ଇଂରେଜମାନଙ୍କୁ ଦେଶରୁ ତଡିବାକୁ ହେଲେ ରକ୍ତାକ୍ତ ସଂଗ୍ରାମ ଅପରିହାର୍ଯ୍ୟ- ଏହା ସେ ମର୍ମେ ମର୍ମେ ଅନୁଭବ କରିଥିଲେ। ସେଥିପାଇଁ ଦୃପ୍ତକଣ୍ଠରେ ଆହ୍ବାନ କରିଥିଲେ, ”ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି।“ କାର୍ଯ୍ୟଦକ୍ଷତା, ତ୍ୟାଗ ଓ ନିଷ୍ଠା ଯୋଗୁ ଜଣେ ଆଗଧାଡିର ଜାତୀୟ ନେତା ଭାବେ ତାଙ୍କର ସୁଖ୍ୟାତି ଥିଲା। ପିତା ଜାନକୀ ନାଥ ବୋଷ ଥିଲେ କଟକର ଜଣେ ବିଶିଷ୍ଟ ଓକିଲ।
ବିଦେଶୀ ସରକାର ବିରୋଧରେ ସଂଗ୍ରାମ ନିମନ୍ତେ ସେ ଫରଓ୍ବାର୍ଡ ବ୍ଲକ ଗଠନ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଲାଗିଥିବା ବେଳେ ୧୯୪୧ ଜାନୁୟାରୀ ୧୬ ତାରିଖ ନିଶାର୍ଦ୍ଧରେ ଛଦ୍ମବେଶରେ ଭାରତରୁ ଆଫଗାନିସ୍ତାନ ଚାଲିଯାଇଥିଲେ। ସେଠାରୁ ସେ ଆଜାଦ ହିନ୍ଦ୍‌ ଫୌଜ ଗଠନ କରିଥିଲେ। ତା’ ପରେ ସେ ଫୌଜୀମାନଙ୍କୁ ଦିଲ୍ଲୀ ଚଲୋ ଡାକରା ଦେଇ ଭାରତ ଅଭିମୁଖେ ବ୍ରିଟିଶ ସରକାର ବିରୋଧରେ ଯୁଦ୍ଧଯାତ୍ରା କରିଥିଲେ। ଏହି ସେନା ସାହାଯ୍ୟରେ ନେତାଜୀ ଇମ୍ଫାଲ ଓ କୋହିମା ଦଖଲ କରି ତ୍ରିରଙ୍ଗା ପତାକା ଉଡ଼ାଇ ଭାରତର ସ୍ବାଧୀନତା ଘୋଷଣା କରିଥିଲେ।
ଦୁର୍ଭାଗ୍ୟକୁ ସେହି ସମୟରେ ଇଂରେଜମାନଙ୍କ ଦ୍ୱାରା ପରାଜିତ ହେବାରୁ ଦୁଇପକ୍ଷ ମଧ୍ୟରେ ସନ୍ଧି ସ୍ଥାପନ ହେଲା। ଫଳରେ ନେତାଜୀଙ୍କୁ ଜାପାନୀମାନଙ୍କଠାରୁ କୌଣସି ସାହାଯ୍ୟ ମିଳିଲା ନାହିଁ। ୧୯୪୫ ଅଗଷ୍ଟ ୧୮ ତାରିଖରେ ଟୋକିଓ ଅଭିମୁଖେ ଯାତ୍ରା କରୁଥିବା ବେଳେ ଯାହା ଘଟିଥିଲା ତାହା ଏବେ ବି ରହସ୍ୟାବୃତ୍ତ। ବାସ୍ତବରେ ଜାତୀୟ ସଂଗ୍ରାମ ଦିଗ୍‌ବଳୟରେ ନେତାଜୀ ଏକ ଉଲ୍‌କା ପିଣ୍ଡ ସଦୃଶ, ଯାହାର ଜ୍ୟୋତିର୍ମୟ ଅନିର୍ବାଣ ଶିଖା ଆଜିର ଯୁବମାନସକୁ ଉଦ୍‌ବେଳିତ କରୁ।
ଅନୁରୂପ ଭାବେ ଉତ୍କଳମାତାର ଅନ୍ୟତମ ବୀରପୁତ୍ର ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ। ସମ୍ବଲପୁର ମାଟିର ଯୋଗ୍ୟତମ ସନ୍ତାନ, ମୁକ୍ତି ସଂଗ୍ରାମର ମନ୍ତ୍ରଦାତା ଭାବେ ସେ ଚିରସ୍ମରଣୀୟ। ବିଦେଶୀ କବଳରୁ ମା’ ମାଟିକୁ ଛଡ଼ାଇ ଆଣିବା ପାଇଁ ସୁରେନ୍ଦ୍ରଙ୍କ ଗଣବିପ୍ଳବ ଓ ଦୁର୍ଦ୍ଧର୍ଷ ସଂଗ୍ରାମୀ ଜୀବନ ଅଭୂତପୂର୍ବ ଥିଲା। ମା’ ସମଲେଶ୍ୱରୀଙ୍କ ଚରଣାଶ୍ରିତ ହୋଇ ବିଶାଳ ଇଂରେଜ ସାମ୍ରାଜ୍ୟ ବିରୋଧରେ ଖଡ୍‌ଗ ଉତ୍ତୋଳନ କରି ସେ ରଣାଙ୍ଗନକୁ ଓହ୍ଲାଇଥିଲେ। ତାଙ୍କ ଅସ୍ତ୍ରଗୁରୁ ଥିଲେ ବଳରାମ ସିଂହ। ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ନିଜକୁ ଅସ୍ତ୍ର ଚାଳନାରେ ଦକ୍ଷ କରିଥିଲେ। ସେତେବେଳେ ସମ୍ବଲପୁରର ମହାରାଣୀ ଥିଲେ ମୋହନ କୁମାରୀ। ରାଜଗାଦି ଉପରେ ଇଂରେଜମାନଙ୍କର ଲୋଲୁପ ଦୃଷ୍ଟି ପଡିଥିଲା। କିନ୍ତୁ ଇଂରେଜମାନଙ୍କ କପଟ ପ୍ରରୋଚନାରେ ରାଣୀ ମୋହନ କୁମାରୀ ପ୍ରଜାଶୋଷଣ ଚଳାଇବାରୁ ପ୍ରଜାଙ୍କ ମଧ୍ୟରେ ବିପ୍ଳବର ସୂତ୍ରପାତ ହେଲା। ସ୍ଥାନୀୟ ଅଧିବାସୀଙ୍କ ସମର୍ଥନରେ ଇଂରେଜ ଶାସନ ବିରୋଧରେ ପ୍ରକାଶ୍ୟ ବିପ୍ଳବ ପାଇଁ ବୀର ସୁରେନ୍ଦ୍ର ସାଏ ଅସ୍ତ୍ର ଉତ୍ତୋଳନ କରିଥିଲେ। ଏଥିରେ ସହଯୋଗ କରିଥିଲେ ସୁରେନ୍ଦ୍ରଙ୍କ ଅନ୍ୟ ପାଞ୍ଚଭାଇ ଉଦଣ୍ଡ, ଧ୍ରୁବ, ଯୁଗଳ, ଉଜ୍ଜ୍ୱଳ ଓ ମେଦିନୀ ସାଏ। ଲଖନପୁର, ଘେଁଷ, ଭେଡେନ, ଖରସଲ, କୋଲାବିରା, ପାହାଡଶ୍ରୀରିଡା, ଲୋଇସିଂହା ଆଦି ଅଞ୍ଚଳର ଜମିଦାରମାନଙ୍କ ସମର୍ଥନ ସୁରେନ୍ଦ୍ରଙ୍କୁ ମିଳିଥିଲା। ତାଙ୍କ ନେତୃତ୍ୱରେ ବିପ୍ଳବୀମାନେ ଝଡଘାଟି, ଗଡଘାଟି, କୁଦୋପଲି, ଡେଟ୍ରଗଡ, ସଂଘୋଡାଘାଟି ଆଦି ପାହାଡିଆ ଇଲାକାରେ ରହି ଇଂରେଜମାନଙ୍କ ରଣକୌଶଳକୁ ଭଣ୍ଡୁର କରିଦେଇଥିଲେ। ସୁରେନ୍ଦ୍ରଙ୍କ ସହିତ ସମ୍ମୁଖ ସଂଗ୍ରାମକୁ ଭୟ କରି ଇଂରେଜମାନେ ଶେଷରେ ଷଡ଼ଯନ୍ତ୍ର କରି ତାଙ୍କୁ କୌଶଳକ୍ରମେ ଧରିଥିଲେ। ସଂଗ୍ରାମୀ ଜୀବନର ଦୀର୍ଘ ୩୭ ବର୍ଷ ସେ କାରାଜୀବନ ଯାପନ କରିଥିଲେ। ଓଡ଼ିଶା ମାଟିର ଦୁଇ ବୀର ସନ୍ତାନଙ୍କ ସାହସ, ବୀରତ୍ୱ ଓ ଆତ୍ମବଳିର ଗାଥା ଅତୁଳନୀୟ।
ମୋ-୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri