Categories: ଖେଳ

ଓଡ଼ିଶା ଏଫସି ସହ ନନ୍ଦକୁମାରଙ୍କ ଚୁକ୍ତିମିଆଦ ବୃଦ୍ଧି

ଭୁବନେଶ୍ୱର, ୨୧।୧(କ୍ରୀଡ଼ା ପ୍ରତିନିଧି)- ଣ୍ଡିଆନ ସୁପର ଲିଗ୍‌ ଦଳ ଓଡ଼ିଶା ଏଫସି ଓ୍ବିଙ୍ଗର ନନ୍ଦକୁମାର ସେକରଙ୍କ ଚୁକ୍ତିମିଆଦକୁ ବୃଦ୍ଧି କରିଛି। ଏହି ଆକ୍ରମଣାତ୍ମକ ମିଡ୍‌ଫିଲ୍ଡର ଭୁବନେଶ୍ୱର ଭିତ୍ତିକ କ୍ଲବ ସହ ୨୦୨୩ ପର୍ଯ୍ୟନ୍ତ ରହିବେ। ଏ ସମ୍ପର୍କରେ କ୍ଲବ ଏବଂ ନନ୍ଦକୁମାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ନନ୍ଦଙ୍କ ପ୍ରଦର୍ଶନରେ ବହୁତ ଉନ୍ନତି ହୋଇଛି। ତାଙ୍କ ସହ ଆଉ ୩ ବର୍ଷ ଚୁକ୍ତି ମିଆଦ ବଢ଼ାଇ ଆମେ ଖୁସି। ଆମେ ତାଙ୍କୁ ଜଣେ ଏଲିଟ ଓ୍ବିଙ୍ଗରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଓଡ଼ିଶା ଏଫସି ମାଲିକ ରୋହନ ଶର୍ମା ପ୍ରକାଶ କରିଛନ୍ତି। ଚୁକ୍ତି ସମୟସୀମା ବୃଦ୍ଧିରେ ନନ୍ଦକୁମାର ସ୍ବାଭାବିକ ଖୁସି ଜାହିର କରିଛନ୍ତି। ମୁଁ ଭୁବନେଶ୍ୱରରେ ଆଉ ୩ ବର୍ଷ ଖେଳିବାକୁ ବ୍ୟଗ୍ର। ଏଠାକାର ପ୍ରଶଂସକ ଆମକୁ ସମର୍ଥନ କରି ଆସିଛନ୍ତି ଏବଂ ଓଡ଼ିଶା ଏଫସି ପ୍ରତି ସେମାନଙ୍କର ଭଲ ପାଇବା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ଗତ ଶୁକ୍ରବାର ଓଡ଼ିଶା ଏଫସି ଭାରତର ଅନ୍ତର୍ଜାତୀୟ ଖେଳାଳି ଭିନିତ ରାୟଙ୍କ ସହ ମଧ୍ୟ ୨୦୨୩ ପର୍ଯ୍ୟନ୍ତ ଚୁକ୍ତି ମିଆଦ ବୃଦ୍ଧି କରିଥିଲା।

Share