Categories: ମେଟ୍ରୋ

ଓଡ଼ିଶା ଓ୍ବେଡିଂ ଏକ୍ସପୋ ଶୁଭାରମ୍ଭ: ଗୋଟିଏ ଛାତ ତଳେ ବିବାହର ଆବଶ୍ୟକୀୟ ସାମଗ୍ରୀ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଓଡ଼ିଶା ଓ୍ବେଡିଂ ଏକ୍ସପୋର ୫ମ ସଂସ୍କରଣ ସ୍ଥାନୀୟ ମେ ଫେୟାର କନଭେନଶନଠାରେ ଶନିବାର ଶୁଭାରମ୍ଭ ହୋଇଛି। ଡ୍ରିମ୍‌ଜ କ୍ରିଏଶନର ଏମ୍‌ଡ଼ି ରବିନ୍ଦ୍ର ନାଥ ରଥ ଏବଂ ପଦ୍ମାଳୟା ରଥ ଏହାକୁ ଉନ୍ମୋଚନ କରିଥିଲେ। ବିବାହ ଲାଗି ଆବଶ୍ୟକ ସମସ୍ତ ସାମଗ୍ରୀ ଓ ସେବା ଗୋଟିଏ ଛାତ ତଳେ ଗ୍ରାହକଙ୍କୁ ଯୋଗାଇ ଦେବା ଲକ୍ଷ୍ୟରେ ଏଭଳି ଏକ ଏକ୍ସପୋର ପରିକଳ୍ପନା କରାଯାଇଛି। ରୂପା ଗହଣାର ଅନନ୍ୟ କାରିଗରି ଲାଗି ପରିଚିତ ଚାନ୍ଦି ଭଣ୍ଡାର ପକ୍ଷରୁ ଏହାକୁ ଉପସ୍ଥାପନ କରାଯାଇଛି। ଡ୍ରିମଜ କ୍ରିଏଶନ ଏକ୍ସପୋ ପରିଚାଳନା ଦାୟିତ୍ୱରେ ରହିଛି। ଏକ୍ସପୋ ୨ ଦିନ ଧରି ଚାଲିବ। ପୂର୍ବାହ୍ନ ୯ରୁ ରାତି ୧୧ଟା ଯାଏ ଏଠାରେ ବିଭିନ୍ନ ସାମଗ୍ରୀ ଗ୍ରାହକ ଦେଖିବା ସହ କ୍ରୟର ସୁବିଧା ପାଇବେ। ଏକ୍ସପୋ ଲାଗି ମାଗଣା ପ୍ରବେଶ ସୁବିଧା ମଧ୍ୟ ରହିଛି।
ଏହାବାଦ ଫ୍ୟାଶନ ଏବଂ ଲାଇଫ ଷ୍ଟାଇଲ ପ୍ରଡକ୍ଟକୁ ଧ୍ୟାନରେ ରଖି ବିଭିନ୍ନ ଷ୍ଟଲ ସ୍ଥାପନ କରାଯାଇଛି। ଗତ ୪ ବର୍ଷ ଧରି ଏଭଳି ଏକ ଏକ୍ସପୋ ଆୟୋଜନ କରାଯାଇଥିବା ବେଳେ ଉନ୍ନତ ରେସପନ୍ସ ଲାଭ କରିଥିବା ଏମ୍‌ଡି ପଦ୍ମାଳୟା ରଥ କହିଛନ୍ତି। ଚଳିତଥର ଏକ୍ସପୋ ୫ମ ସଂସ୍କରଣରେ ପହଞ୍ଚିଛି। ଓ୍ବିଣ୍ଟର ଓ୍ବେଡିଂ ସିଜନକୁ ନଜରରେ ରଖି ଏହାକୁ କିଛି ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କ ଦ୍ୱାରା ମୋଟ ୪୫ ଷ୍ଟଲ ସ୍ଥାପନା ହୋଇଛି। ଚଳିତ ବର୍ଷ ଭଲ ରେସପନ୍ସ ଲାଭ କରିବା ନେଇ ଆଶାବାଦୀ ଥିବା ରଥ କହିଛନ୍ତି। ମିଡିଆ ପାର୍ଟନର ଭାବେ ଧରିତ୍ରୀ ଓଡ଼ିଆ ଦୈନିକ ଏବଂ ଓରିଶା ପୋଷ୍ଟ ରହିଥିବା ବେଳେ ସହ ପ୍ରାୟୋଜକ ଭାବେ ସୁସମ୍ପର୍କ କାର୍ଯ୍ୟ କରୁଛି।

Share