Advertisement

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବରଗଡ଼-ଭଟଲି ମୁଖ୍ୟ ରାସ୍ତା ଅବରୋଧ

ଭଟିଲି,୧୧।୩(ଡି.ଏନ୍‌.ଏ.): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ଭଟଲି ରେଞ୍ଜ କମିଟି ପକ୍ଷରୁ ବୁଧବାର ରାସ୍ତା ଅବରୋଧ କରାଯାଇଛି। ବରଗଡ଼-ଭଟଲି ମୁଖ୍ୟ ରାସ୍ତା ଗୋପାଳପୁର ଛକଠାରେ ବନ୍ଦ କରାଯାଇଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି। କର୍ମଚାରୀମାନଙ୍କ ଦରମା ବୃଦ୍ଧି, ସାମାଜିକ ସୁରକ୍ଷା, କେନ୍ଦୁପତ୍ର ବିକ୍ରି ନୀତିରେ ସଂଶୋଧନ, କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ଆଦି ଦାବିନେଇ ଏହି ଅବରୋଧ ହୋଇଛି। ଏଥିରେ ଶତାଧିକ ମହିଳା ପୁରୁଷ ସାମିଲ ହୋଇଥିଲେ। ପରେ ଭଟଲି ଥାନା ଅଧିକାରୀ ରଞ୍ଜିତ କୁମାର ନାଏକ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା ପୂର୍ବକ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପ୍ରତ୍ର ଗ୍ରହଣ କରିଥିଲେ। ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share