ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

ଭୁବନେଶ୍ୱର,୯।୨(ବ୍ୟୁରୋ): କେନ୍ଦ୍ର ପୁଞ୍ଜି ବିନିମେଶ ବିଭାଗ ସଚିବ ତୁହିନ୍‌କାନ୍ତ ପାଣ୍ଡେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ତେବେ ଜ୍ୱର ହେବାରୁ ସେ କୋଭିଡ-୧୯ ପରୀକ୍ଷା କରିଥିଲେ। ତାଙ୍କ ରିପୋର୍ଟ ମଙ୍ଗଳବାର ପଜିଟିଭ୍‌ ଆସଥିବା ସୂଚନା ମିଳିଛି। ତେବେ ଏହା ଜଣାପଡ଼ିବା ପରେ ନୂଆଦିଲ୍ଲୀର ସିଜିଓ କମ୍ଲେକ୍ସରେ ଥିବା ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜ୍‌ମେଣ୍ଟ(ଡିଆଇପିଏଏମ୍‌)କୁ ସାନିଟାଇଜ୍‌ କରାଯିବା ଲାଗି ସିଲ୍‌ କରିଯାଇଛି। ଏଥିସହ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି। ତେବେ ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ତୁହିନକାନ୍ତ ପୂର୍ବରୁ ରାଜ୍ୟ ଅର୍ଥ ସଚିବ, ଆବାସିକ କମିଶନର ଭାବେ କାର୍ଯ୍ୟ କରିଛନ୍ତି।

Share