ଓଡ଼ିଶା ଗସ୍ତରେ ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ୱର,୨୨।୯(ବ୍ୟୁରୋ) : ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆନ୍ଧ୍ରର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବିଶ୍ୱଭୂଷଣ ଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଦୁଇରାଜ୍ୟ ମଧ୍ୟରେ ପୋଲାଭରମ ବିବାଦର ସମାଧାନ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଏହା ସମାଧାନ କରାଯିବ।
ପ୍ରକାଶ ଯେ, ୨୦୦୦ ଓ ୨୦୦୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନର୍ବାହ କରିଥିଲେ। ବିଶ୍ୱଭୂଷଣ ବହୁବାର ରାଜ୍ୟ ଭାଜପା ସଭାପତି ହେବା ସହ ଭାଜପା ବିଧାୟକ ଦଳ ନେତା ମଧ୍ୟ ଥିଲେ। ଗତ ଜୁଲାଇ ୨୫ରେ ବିଶ୍ୱଭୂଷଣ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଇଥିଲେ।

Share