ଓଡ଼ିଶା-ଛତିଶଗଡ଼ ସମନ୍ବୟ ବୈଠକ: ବ୍ୟାଘ୍ର ପ୍ରକଳ୍ପ ପାଇଁ ସୁନାବେଡାରେ ଭିତ୍ତିଭୂମି ଅଛି

ନୂଆପଡା ଅଫିସ,୨୩ା୮ – ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟରେ ବ୍ୟାଘ୍ର ଭଳି ମୂଲ୍ୟବାନ ଜନ୍ତୁମାନେ ସୁରକ୍ଷିତ ଭାବେ ରହିଥିବାବେଳେ ଏହାକୁ ବ୍ୟାଘ୍ର ପ୍ରକଳ୍ପ ଭାବେ ଘୋଷଣା କରିବାକୁ ସରକାର ପ୍ରସ୍ତୁତି କରୁଛନ୍ତି । ବ୍ୟାଘ୍ର ପ୍ରକଳ୍ପ ପାଇଁ ଏଠାରେ ଆବଶ୍ୟକ ଭିତିଭୂମି ରହିଛି ବୋଲି ମତ ପ୍ରକାଶ ପାଇଛି। ଗୁରୁବାର ଏଠାରେ ଦୁଇ ରାଜ୍ୟର ବନ୍ୟପ୍ରାଣୀ ବିଭାଗର ସମନ୍ବୟ ବୈଠକରେ ଯୋଗଦେଇ ବରିଷ୍ଠ ଅଧିକାରୀମାନେ ମତ ରଖିଛନ୍ତି।
ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ ବୈଠକରେ ଏନଟିସିଏ (ନ୍ୟାଶନାଲ ଟାଇଗର କରଜରଭେସନ ଅଥରିଟି) ଏଡିସନାଲ ଡାଇରେକ୍ଟର ଜେନେରାଲ ଡ.ଅନୁପ କୁମାର ନାୟକ ସଭାପତିତ୍ୱ କରିଥିବାବେଳେ ପିସିସିଏଫ (ଓଡିଶା) ଶଶି ପାଲ, ପିସିସିଏଫ (ଛତିଶଗଡ) ଜେ.ଏ.ସି.ଏସ ରାଓ, ଡେପୁଟି ଇନ୍ସପେକ୍ଟର ଜେନେରାଲ ଫରେଷ୍ଟ ସୁରେନ୍ଦର ମେହରା, କାମଡି ହେମନ୍ତ ଭାସ୍କର, ଉଦନ୍ତୀ- ସୀତାନଦୀ ଟାଇଗର ରିଜର୍ଭ ଫିଲ୍‌ଡ ଡାଇରେକ୍ଟର କେ.କେ. ବିଶେନ, ଆରସିସିଏଫ ଭବାନୀପାଟଣା ଅଭିରାମ ନାଏକ, ଛତିଶଗଡର ଚିଫ ୱାଇଲ୍ଡ ଲାଇଫ ୱାଡେନ ଅତୁଲ ସୁକ୍ଲା, ରାୟପୁର ସିସିଏଫ ସଙ୍ଗୀତା ପ୍ରମୁଖ ଯୋଗଦେଇଥିଲେ । ଏଥିରେ ନୂଆପଡା ସମେତ ଆଖପାଖ ବରଗଡ ଏବଂ ବଲାଙ୍ଗୀର ଜିଲାର ସମସ୍ତ ବନବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ସୂଚନାଯୋଗ୍ୟ ଯେ, ନୂଆପଡା ଜିଲା ସମୁଦ୍ର ପତନରୁ ୩ ହଜାର ଫୁଟ ଉଚ୍ଚରେ ଅବସ୍ଥିତ। ୬ଶହ ବର୍ଗ କି.ମି. ଦୂର ପରିବ୍ୟାପ୍ତ ସୁନାବେଡାକୁ ସରକାର ୧୯୮୮ରେ ଅଭୟାରଣ୍ୟର ମାନ୍ୟତା ଦେଇଥିବାବେଳେ ବର୍ତ୍ତମାନ ଏଠାରେ ବାଘମାନଙ୍କର ସୁରକ୍ଷା ଦୃଷ୍ଟି କୋଣରୁ ଏହାକୁ ବ୍ୟାଘ୍ର ପ୍ରକଳ୍ପର ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହାକୁ ଲାଗି ଛତିଶଗଡର ଉଦନ୍ତୀ ଏବଂ ସୀତା ନଦୀ ବ୍ୟାଘ୍ର ପ୍ରକଳ୍ପ ରହିଛି। ଏଥିପାଇଁ ଦୁଇ ରାଜ୍ୟର ସମନ୍ବୟ ଆବଶ୍ୟକ ରହିଛି ବୋଲି ଅଧିକାରୀମାନେ କହିଥିଲେ । ପୂର୍ବରୁ ନବେ ଦଶକରେ ହୋଇଥିବା ସର୍ଭେ ଅନୁଯାୟୀ ଏଠାରେ ୩୨ଟି ମହାବଳ ବାଘ ଏବଂ ୩୬ଟି କଲରାପତରିଆ ବାଘ ରହିଥିବା କୁହାଯାଉଥିଲା। ଏବେ ଏହା ଧୀରେ ଧୀରେ କମିବାରେ ଲାଗିଥିବା ପରବର୍ତ୍ତି ରିପୋର୍ଟରେ ପରିଲକ୍ଷିତ ହୋଇଛି । ଏଥିପାଇଁ ସରକାରୀସ୍ତରରେ ତପତ୍ରତା ଆବଶ୍ୟକ ରହିଛି । ଅନ୍ୟପକ୍ଷେ ବ୍ୟାଘ୍ର ପ୍ରକଳ୍ପ ହେଲେ ନୂଆପଡା ସମେତ ଆଖପାଖ ଅଞ୍ଚଳର ଆର୍ଥତ୍କ ସ୍ଥିତିରେ ପ୍ରଗତି ଆସିବ। ଏହା ସାରା ଦେଶର ଏକ ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇ ରହିବ । ବୈଠକରେ ଏକ ରିପୋର୍ଟ ପ୍ରସ୍ତୁତ ହୋଇ କେନ୍ଦ୍ର ସରକାରଙ୍କ ବିଭାଗୀୟ ଦପ୍ତରକୁ ପଠାଇବା ଯୋଜନା ରହିଥିବା କୁହାଯାଇଛି । ବୈଠକକୁ ସୁନାବେଡା ବନ୍ୟପ୍ରାଣୀ ବିଭାଗର ଅଧିକାରୀମାନେ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri