ଓଡ଼ିଶା ଦଳରେ ସମୀର

ବ୍ରହ୍ମପୁର ଅଫିସ୍‌,୧୨ା୧୨: କୁଚ୍‌ବିହାର ଟ୍ରଫିର ଆଗାମୀ ମ୍ୟାଚ୍‌ ଆସନ୍ତା ୧୩ତାରିଖରେ ଓଡ଼ିଶା ଦଳ ଆସାମ ବିପକ୍ଷରେ ଖେଳିବ। ଆସାମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ଦଳ ଘୋଷଣା ହୋଇଯାଇଛି। ଓଡ଼ିଶା କ୍ରିକେଟ ସଂଘ(ଓସିଏ) ତରଫରୁ ୧୫ଜଣିଆ ଦଳ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁର ଖେଳାଳି ସମୀର ସାହୁ ସେ ଓଡ଼ିଶା ଦଳ ସହ ଆସାମ ଯାତ୍ରା କରିଛନ୍ତି । ତାଙ୍କୁ ଆଲ୍‌ଫା ସ୍ପୋର୍ଟିଂ କ୍ଲବ ତରଫରୁ ସଭାପତି ତଥା ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ, କୋଚ୍‌ ଅମିତ ଦାସ, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ମିଶ୍ର ଏବଂ ଦିନେଶ ରାଉତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତ ୬ରୁ ୯ତାରିଖ ପର୍ଯ୍ୟନ୍ତ କୁଚ୍‌ବିହାର ଟ୍ରଫିର ଓଡ଼ିଶା ଏବଂ ଜମ୍ମୁ କଶ୍ମୀର ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଓଡ଼ିଶା ଦଳରେ ବ୍ରହ୍ମପୁରର ଦୁଇଜଣ ଖେଳାଳି ସ୍ଥାନ ପାଇଥିଲେ । ସେମାନେ ହେଲେ ସମୀର ସାହୁ ଏବଂ କେ.ଈଶ୍ୱର ପ୍ରସାଦ । ଏପରିକି ଈଶ୍ୱର ଚୂଡ଼ାନ୍ତ ୧୧ଜଣଙ୍କ ମଧ୍ୟରେ ରହି ମ୍ୟାଚ୍‌ ଖେଳିଥିଲେ । ହେଲେ ଆସାମ ବିପକ୍ଷ ମ୍ୟାଚ୍‌ ପାଇଁ କେବଳ ସମୀର ହିଁ ଦଳରେ ସ୍ଥାନ ପାଇଛନ୍ତି ।