ଓଡ଼ିଶା ଦିବସ: ପରଷ୍ପରଠାରୁ ଦୂରରେ ରହି ପଞ୍ଚସଖା ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ସାକ୍ଷୀଗୋପାଳ,୧।୪(ଡି.ଏନ୍‌.ଏ.): କରୋନା(କୋଭିଠ-୧୯) ସଂକ୍ରମଣକୁ ଦୃଷ୍ଟିିରେ ରଖି ଓଡ଼ିଶା ଦିବସ ପାଳନ ପାଇଁ କଟକଣା ଜାରି ହୋଇଛି। ଏଣୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ସତ୍ୟବାଦୀ ପଞ୍ଚସଖା ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଭାରତ ବିକାଶ ପରିଷଦର ସ୍ଥାନୀୟ ସଭାପତି ସତ୍ୟବାଦୀ ଦାଶ, ପତଞ୍ଜଳୀ ଯୋଗ ସମିତି ସଦସ୍ୟ ଉମେଶ ଚନ୍ଦ୍ର ପ୍ରଧାନ, ଆଇନଜୀବୀ ଶୁଶାନ୍ତ ରଥ ପ୍ରମୁଖ ଫୁଲ ଚନ୍ଦନ ଧୂପ ଦେଇ ସାକ୍ଷୀଗୋପାଳ ବସଷ୍ଟାଣ୍ଡ, ସାକ୍ଷୀଗୋପାଳ ମନ୍ଦିର, ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ଗୋପବନ୍ଧୁଙ୍କ ଶେଷ ନିଶ୍ବାସ ତ୍ୟାଗ ସ୍ଥଳ, କୁଳବନ ଓ ସମାଧି ପୀଠରେ ଶ୍ରଦ୍ଧା ନିବେଦନ କରିଥିଲେ। କରୋନା ସତର୍କତା ନିମନ୍ତେ ପରଷ୍ପରଠାରୁ ଦୂରତାରେ ରହି ସେମାନେ ଏହି ପୂଜ୍ୟପୁଜା କାର୍ଯ୍ୟ ସମ୍ପାଦନ କରିଥିଲେ।