ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସିଲ୍‌

ଭୋଗରାଇ, ୨୪।୩(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ସୋମବାର ସନ୍ଧ୍ୟାଠାରୁ ପଶ୍ଚିମବଙ୍ଗକୁ ଲାଗିଥିବା ବାଲେଶ୍ୱର ଜିଲା ଭୋଗରାଇ ଓ ଜଳେଶ୍ୱର ସୀମାନ୍ତକୁ ସିଲ୍‌ କରି ଦେଇଛନ୍ତି। ପଶ୍ଚିମବଙ୍ଗରୁ କୌଣସି ଯାତ୍ରୀବାହୀ ଗାଡ଼ି ଓଡ଼ିଶା ମଧ୍ୟକୁ ପଶିବାକୁ ଦିଆଯାଉନାହିଁ ା କେବଳ ମାଲବାହୀ ଗାଡ଼ି ଯାତାୟାତ ନିମନ୍ତେ ଅନୁମତି ଦିଆଯାଇଛି। ସୋମବାର ଚନ୍ଦନେଶ୍ୱର-ଦୀଘା ରାସ୍ତାରେ ସାହାବାଜିପୁର ବର୍ଡ଼ରଠାରେ ରାସ୍ତା ସିଲ୍‌ କରି ଯାତ୍ରୀଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଉଦୟପୁର ମେରାଇନ୍‌ ଥାନା ପକ୍ଷରୁ ପୋଲିସ ବାହିନୀ ମୁତୟନ କରାଯାଇ କଡାକଡି ପଦକ୍ଷେପ ନିଆଯାଇଥିଲା। ଜଳେଶ୍ୱର ଲକ୍ଷ୍ମଣନାଥ ୬୦ନଂ. ଜାତୀୟ ରାଜପଥ, ଅଗ୍ରୱାଲ ଛକ ଓ ଆମ୍ବଳିଅଠା ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ରାସ୍ତାକୁ ଅନୁରୂପ ସିଲ୍‌ କରି ଯାଞ୍ଚ କରାଯାଇଥିଲା। ଭୋଗରାଇ ଓ ଜଳେଶ୍ୱର ଅଞ୍ଚଳରେ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା। ଚନ୍ଦନେଶ୍ୱର ମନ୍ଦିର, ଉଦୟପୁର ଓ ତାଳସାରୀକୁ ଆସୁଥିବା କତିପୟ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଫେରାଇ ଦିଆଯାଇଥିଲା।

Share