Categories: ବାଣିଜ୍ୟ

ଓଡ଼ିଶା ପାଇଁ ଟିଡିଏସ୍‌ ଦାଖଲ ସମୟ ସୀମା ବୃଦ୍ଧି

ଭୁବନେଶ୍ୱର,୨୬-୫ : ଫନୀ ଯୋଗୁ ରାଜ୍ୟରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଯୋଗାଯୋଗ ପ୍ରକ୍ରିୟା ବ୍ୟାହତ ହୋଇଛି। ଏହା ଫଳରେ ଟିଡିଏସ୍‌ ଡିଡକ୍ଟରମାନେ ମଧ୍ୟ ଗୁରୁତର ସମସ୍ୟା ସମ୍ମୁଖୀନ ହୋଇଛନ୍ତି। ଏହି ସମସ୍ୟାକୁ ଧ୍ୟାନରେ ରଖି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଅନୁପାଳନ ନୀତିକୁ କୋହଳ କରିଛି। ଚଳିତ ବର୍ଷ ଏପ୍ରିଲ ମାସର ଟିଡିଏସ୍‌ ଦାଖଲର ସମୟ ସୀମାକୁ ବଢାଯାଇଛି। ଏହା ମେ ୭ରୁ ୨୦ କୁ ବୃଦ୍ଧି କରାଯାଇଛି।
୨୦୧୮-୧୯ ଆର୍ଥତ୍କ ବର୍ଷର ଶେଷ କ୍ୱାର୍ଟର ଟିଡିଏସ୍‌ ଷ୍ଟେଟମେଣ୍ଟ ପୂରଣ କରିବାର ତାରିଖକୁ ମେ ୩୧ରୁ ଜୁନ ୩୦କୁ ବଢାଯାଇଛି। ଫର୍ମ ୧୬ ଏବଂ ଫର୍ମ ୧୬(କ)ର ଟିଡିଏସ୍‌ ପ୍ରମାଣପତ୍ର ପ୍ରଦାନ କରିବାର ତାରିଖକୁ ୨୦୧୯ ଜୁନ ୧୫ରୁ ଜୁଲାଇ ୧୫କୁ ବଢିଛି ବୋଲି ସିବିଡିଟି ପକ୍ଷରୁ ସୂଚନା ରହିଛି।

Share