ଓଡ଼ିଶା ଫେରାଇ ଆଣିବାକୁ ତାମିଲନାଡୁରୁ ପ୍ରବାସୀଙ୍କ ନିବେଦନ

ବାମରା,୯।୫,(ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ଲରିଆପାଲି ପଞ୍ଚାୟତ ନୂଆଡ଼ିହି ଗ୍ରାମର ଲିଲିମା କୁଜୁର ଓ ଜମନକିରା ବ୍ଲକ ଟିକଲିପଡା ପଞ୍ଚାୟତ ବରହାମୁଣ୍ଡି ଗ୍ରାମର ଶୁକ୍ରା ଓରାମଙ୍କ ସମେତ କେତେକ ଯୁବକ ଯୁବତୀ ତାମିଲନାଡୁ ରାଜ୍ୟ ଇରୋଡ଼ ଜିଲା ପଲଭାକାଲିପଲାୟମସ୍ଥିତ ଅରୁଣ ଟେକ୍ସଟାଇଲ ସୂତା କଳରେ କାମ କରୁଛନ୍ତି। ଏହି ସୂତା କଳ ଏବେ ବନ୍ଦ ହୋଇଯାଇଥିବାରୁ ଏମାନେ ଫସି ଯାଇଛନ୍ତି। ତେବେ ଓଡିଶା ସରକାର ବାହ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ଘୋଷଣା କରିବା ପରେ ଏମାନେ ମଧ୍ୟ ନିଜ ନିଜ ପଞ୍ଚାୟତରେ ନାମ ପଞ୍ଜୀକରଣ କରଛନ୍ତି। ହେଲେ ଏବେ ପର୍ଯ୍ୟନ୍ତ ତାଙ୍କ ଫେରିବା ନେଇ ତାଙ୍କୁ କୌଣସି ସୂଚନା ଦିଆଯାଇ ନ ଥିବା ସେମାନେ କହିଛନ୍ତି। ଓଡିଶା ଫେରାଇ ଆଣିବା ପାଇଁ ସେମାନେ ଭିଡିଓ ଜାରି କରି ସରକାରଙ୍କୁ ଅନୁରୋଧ କରିଛନ୍ତି।

Share