ଓଡ଼ିଶା ଫେରିବେ ଜଗା-କାଳିଆ

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଦୁଇଭାଇ ଜଗା, କାଳିଆ ଖୁବ୍‌ଶୀଘ୍ର ଓଡ଼ିଶା ଫେରିବେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଶନିବାର ଏଭଳି ସୂଚନା ଦେଇଛନ୍ତି ଏନ୍‌ଏଚ୍‌ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ। ଜଗା-କାଳିଆଙ୍କ ଓଡ଼ିଶା ଫେରିବା ସମ୍ପର୍କରେ ଏମ୍‌ସ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯିବ। ସେମାନଙ୍କୁ ଭୁବନେଶ୍ୱରର କୌଣସି ହସ୍‌ପିଟାଲକୁ ସ୍ଥାନାନ୍ତର କରାଯିବ। ତେବେ ଜଗା ଅବସ୍ଥା ଭଲ ଥିବା ବେଳେ କାଳିଆ ଅବସ୍ଥା ଧୀରେ ଧୀରେ ସୁଧୁରିଥିବା ଶାଳିନୀ କହିଛନ୍ତି।

Share